ଓଡିଶା

odisha

ETV Bharat / state

‘ଇଂରେଜଙ୍କ ଅପେକ୍ଷା ଭାରତୀୟମାନେ ଇଂରାଜୀକୁ ଅଧିକ ପ୍ରସାର କରିଛନ୍ତି’

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ହିନ୍ଦୀ ସମ୍ମିଳନୀ ଆୟୋଜିତ । ଇଂରେଜମାନଙ୍କ ଅପେକ୍ଷା ଭାରତୀୟମାନେ ଇଂରାଜୀକୁ ଅଧିକ ପ୍ରସାର କରିଛନ୍ତି କହିଲେ ନେଦରଲାଣ୍ଡ ସ୍ଥିତ ହିନ୍ଦୀ ୟୁନିଭର୍ସ ଫାଉଣ୍ଡେସନର ନିର୍ଦେଶକ ପ୍ରଫେସର ପୁଷ୍ପିତା ଅବସ୍ତି । ଅଧିକ ପଢନ୍ତୁ

By

Published : Mar 16, 2023, 12:55 PM IST

hindi seminar
hindi seminar

hindi seminar

କୋରାପୁଟ: ଜିଲ୍ଲା ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ହିନ୍ଦୀ ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଏଥିରେ ଦେଶ ବାହାରୁ ମଧ୍ୟ ଅନେକ ପ୍ରଫେସର ଯୋଗଦେଇଥିଲେ । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ହିନ୍ଦୀର ସ୍ଥିତି ଓ ଦିଗ ବିଷୟବସ୍ତୁ ରହିଥିଲା । ଭାରତୀୟମାନେ ଇଂରେଜଙ୍କ ଶାସନର ପ୍ରଭାବରେ ଆଜି ପର୍ଯ୍ୟନ୍ତ ଇଂରାଜୀ ଭାଷାକୁ ବ୍ୟବହାର ମାଧ୍ୟମରେ ଅଧିକରୁ ଅଧିକ ପ୍ରଚାର ପ୍ରସାର କରିଛନ୍ତି ବୋଲି ନେଦରଲାଣ୍ଡ ସ୍ଥିତ ହିନ୍ଦୀ ୟୁନିଭର୍ସ ଫାଉଣ୍ଡେସନର ନିର୍ଦେଶକ ପ୍ରଫେସର ପୁଷ୍ପିତା ଅବସ୍ତି ମତ ରଖିଛନ୍ତି ।

ପ୍ରଫେସର ଅବସ୍ଥି ବୁଧବାର ଦିନ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ହିନ୍ଦୀ ଭାଷା ସାହିତ୍ୟର ସ୍ଥିତି ସମ୍ପର୍କରେ ଆୟୋଜିତ ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇଥିଲେ । ସେ ଦେଶ ବିଦେଶରେ ହିନ୍ଦୀ ଭାଷାରେ ଓ ସାହିତ୍ୟର ପ୍ରସାର ଦିଗରେ କାର୍ଯ୍ୟ କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ 70ରୁ ଊର୍ଦ୍ଧ୍ବ ପୁସ୍ତକ ରଚନା କରି ପୂର୍ବତନ ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ମାନିତ ହୋଇଥିଲେ ।

ଏହି ଅବସରରେ ସେ କହିଥିଲେ, " ହିନ୍ଦୀ ଆମ ଜୀବନର ଭାଷା ହେବା ସହ ଏକ ଭାବର ଓ ହୃଦୟର ଭାଷା ଭାବେ ଜନମାନସରେ ଆଦୃତ ହୋଇଛି । ଶିକ୍ଷାବିତ ତଥା ପାଠଶାଠ ପଢି ଉଚ୍ଚ ପଦ ପଦବୀରେ ରହିଥିବା ବ୍ୟକ୍ତିଙ୍କ ଅପେକ୍ଷା ଭାରତର ପୁରପଲ୍ଲୀରେ ବସବାସ କରୁଥିବା ଚାଷୀ ମୂଲିଆ ହିନ୍ଦୀ ଭାଷାକୁ ନିଜ ଜୀବନର ପ୍ରତିଟି ବାର୍ତା ବିନିମୟରେ ବ୍ୟବହାର କରୁଛନ୍ତି । ବିଶ୍ବର ବିଭିନ୍ନ ସ୍ଥାନରେ ଜୀବନ ଜୀବିକା ପାଇଁ କାର୍ଯ୍ୟ କରିବା ପାଇଁ ବସବାସ କରୁଥିବା ଅନେକ ପରିବାରର ଵଂଶଧରମାନେ ସେହି ଅଞ୍ଚଳରେ ନିଜ ପ୍ରଭାବ ବିସ୍ତାର କରିବା ସହ ହିନ୍ଦୀ ଭାଷାର ପ୍ରସାର କରିବାରେ ସକ୍ଷମ ହୋଇଛନ୍ତି । ଭାରତ ମାଟିରେ ଇଂରାଜୀ ଶିଖିବା ପାଇଁ ସ୍ୱତନ୍ତ୍ର ଶିକ୍ଷାକେନ୍ଦ୍ର ଖୋଲିବା ଭଳି ବିଶ୍ୱର ଅନେକ ସ୍ଥାନରେ ହିନ୍ଦୀ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନା କରାଯାଇଛି । ଏହି କେନ୍ଦ୍ର ଗୁଡିକରେ ବୃଦ୍ଧି ପାଉଥିବା ଉପସ୍ଥାପନା ବିଶ୍ବ ସ୍ତରରେ ହିନ୍ଦୀ ଭାଷାର ଆଦରକୁ ପ୍ରଦର୍ଶନ କରୁଛି ।"

ଏହି ଅବସରରେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଚକ୍ରଧର ତ୍ରିପାଠୀଙ୍କ ରଚିତ ହିନ୍ଦୀ ପୁସ୍ତକ ସମୂହ ସମେତ ଦେଶର ଲବ୍ଧ ପ୍ରତିଷ୍ଠିତ ହିନ୍ଦୀ ଭାଷାର ଲେଖକ ଓ କବିଙ୍କ ପୁସ୍ତକକୁ ନେଇ ଆୟୋଜିତ ଏକ ପୁସ୍ତକ ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା । ଏହି ପ୍ରଦର୍ଶନୀରେ ହିନ୍ଦୀ ଭାଷାରେ ପ୍ରକାଶିତ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକା ହିନ୍ଦୀ ଭାଷାର ପ୍ରଚାର ପ୍ରସାର ଦିଗରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋକ ପ୍ରଦାନ କରିଥିବା ଏହି ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ବିଭାଗରେ ଅଧ୍ୟାପନା କରୁଥିବା ପ୍ରଫେସର ସୌରଭ ଗୁପ୍ତା ମତ ରଖିଛନ୍ତି ।

ଶୁକ୍ରବାର ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ହିନ୍ଦୀ ସେମିନାରରେ 'ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ହିନ୍ଦୀର ସ୍ଥିତି ଓ ଦିଗ' ବିଷୟରେ ଆଲୋଚନା ହେବାକୁ ଥିବା ବେଳେ ଦୀର୍ଘ 11 ଦିନ ବ୍ୟାପି ଓଡ଼ିଆ, ହିନ୍ଦୀ, ସଂସ୍କୃତ ଓ ଇଂରାଜୀ ଭାଷା ସମେତ ଅର୍ଥନୀତି ବିଭାଗ ଏବଂ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଆୟୋଜିତ ହେଉଥିବା ଆନ୍ତର୍ଜାତୀୟ ସମ୍ମିଳନୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏହି ସମସ୍ତ ସେମିନାରରେ ଭାରତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଉଥିବା ବେଳେ ଫିନଲାଣ୍ଡ , ମରିସସ, ନରୱେ, ଆମେରିକା, ନେପାଳ, ଜର୍ମାନୀ, କାଲିଫର୍ଣ୍ଣିଆ, ଚୀନ ପ୍ରଭୃତି ଦେଶରୁ ବହୁ ଶିକ୍ଷାବିତ ଭାଗ ନେଉଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କହିଛନ୍ତି ।

ABOUT THE AUTHOR

...view details