ଓଡିଶା

odisha

ETV Bharat / state

ଆନ୍ତର୍ଜାତିକ କଫି ଦିବସ: ଶହ ଶହ କୋରାପୁଟବାସୀ ପିଇଲେ କଫି - international coffee day

କଫି ମଗରୁ କଫି ଢାଳି ଶୁଭାରମ୍ଭ କରାଯାଇଥିବା ଏହି ଉତ୍ସବ ।କୋରାପୁଟ କଫି ବୋର୍ଡ ଦ୍ବାରା ଆୟୋଜିତ ହୋଇଥିଲା ଏହି ନିଆରା ଉତ୍ସବ ।

ଡିଜାଇନ ଫଟୋ

By

Published : Oct 2, 2019, 5:44 AM IST

କୋରାପୁଟ: ମଙ୍ଗଳବାର ଆନ୍ତର୍ଜାତିକ କଫି ଦିବସ ପାଳନ ଅବସରରେ କୋରାପୁଟ ସ୍ଥିତ କଫି ବୋର୍ଡ ଦ୍ବାରା ନିଜ ପରିସରରେ ଆୟୋଜିତ ହୋଇଥିଲା ଏକ ନିଆରା ଉତ୍ସବ ।

କଫି ମଗରୁ କଫି ଢାଳି ଶୁଭାରମ୍ଭ କରାଯାଇଥିବା ଏହି ଉତ୍ସବ । ଏଥିରେ କଫିର ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା ହେବା ସହ କଫି ବଗିଚା ମଧ୍ୟରେ ସଦ୍ୟ ପ୍ରସ୍ତୁତ ଗରମ କଫି ପିଇବାର ଆନନ୍ଦକୁ ସାଉଁଟି ନେଇଥିଲେ କଫିପ୍ରେମୀ । କଫି ଚାଷୀ ଓ ପ୍ରଶାସନିକ ଅଧିକାରୀ । ଏପରିକି ଜାତୀୟ ରାଜପଥରେ ଯାଉଥିବା ପଥିକଙ୍କୁ ମଧ୍ୟ ଡାକି ବିନା ମୂଲ୍ୟରେ କଫି ପିଇବାର ମଜା ନେବାର ସୁଯୋଗ ପ୍ରଦାନ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କୋରାପୁଟ

ଏହି ଅବସରରେ ବ୍ୟବସାୟିକ ଭିତ୍ତିରେ କଫି ଚାଷ କରୁଥିବା ବିଶିଷ୍ଟ ଉଦ୍ୟୋଗି ମଧ୍ୟ କୋରାପୁଟ କଫିର ସଫଳତାକୁ ନେଇ ପ୍ରଶଂସା କରିଥିଲେ । କୋରାପୁଟ କଫି ଉନ୍ନୟନ ପରିଷଦରେ ସେମାନଙ୍କୁ ସାମିଲ ନ କରିବା ଓ ଟିଡିସିସି ମାଧ୍ୟମରେ ସରକାର କେବଳ ଆଦିବାସୀ ଚାଷୀଙ୍କ ଠାରୁ କଫି ସଂଗ୍ରହ କରୁଥିବା ଯୋଗୁଁ ଦୁଃଖ ପ୍ରକାଶ କରିଛନ୍ତି ।

କୋରାପୁଟ ଜିଲ୍ଲାରେ ମାତ୍ର ୨% ଜମିରେ କଫି ଚାଷ ହୋଇପାରିଛି । ତେଣୁ ପରିବେଶ ଅନୁକୂଳ ଥିବା ଏକ ଉଜ୍ବଳ ଭବିଷ୍ୟତକୁ ସାକାର କରିବାକୁ ହେଲେ ସରକାର ଆଦିବାସୀ ଓ ଅଣଆଦିବାସୀଙ୍କୁ ସହଯୋଗ କରି କଫି ଚାଷ ପ୍ରତି ସମସ୍ତଙ୍କ ଆଗ୍ରହ ସୃଷ୍ଟି କରିନାର ଆବଶ୍ୟକତା ରହିଥିବା ସେମାନେ ମତବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ABOUT THE AUTHOR

...view details