ଓଡିଶା

odisha

ETV Bharat / state

ଦୁର୍ନୀତି ଅଭିଯୋଗ ପରେ ପଟାଙ୍ଗୀ ତହସିଲଦାର କାର୍ଯ୍ୟାଳୟରେ ରାଜସ୍ବ ବିଭାଗର ତଦନ୍ତ

ପଟାଙ୍ଗୀ ତହସିଲଦାରଙ୍କ କାର୍ଯ୍ୟାଳୟ ଗସ୍ତରେ ରାଜସ୍ବ ପରିଷଦର ସଭ୍ୟ ଜିଭିଭି ଶର୍ମା । ଅଧିକ ପଢ଼ନ୍ତୁ

By

Published : Apr 15, 2022, 3:32 PM IST

inspection by revenue department in patangi tahsildar office
ଦୁର୍ନୀତି ଅଭିଯୋଗରେ ପଟାଙ୍ଗୀ ତହସିଲଦାର କାର୍ଯ୍ୟାଳୟରେ ରାଜସ୍ବ ବିଭାଗର ତଦନ୍ତ

କୋରାପୁଟ: ପଟାଙ୍ଗୀ ତହସିଲଦାରଙ୍କ କାର୍ଯ୍ୟାଳୟ ଗସ୍ତରେ ରାଜସ୍ବ ପରିଷଦର ସଭ୍ୟ ଜିଭିଭି ଶର୍ମା । ଗତ କିଛିଦିନ ପୂର୍ବରୁ କୋରାପୁଟ ଜିଲ୍ଲା ପଟାଙ୍ଗୀ ତହସିଲଦାର କାର୍ଯ୍ୟାଳୟରେ ୪ କୋଟି ୩୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଯାହା ଫଳରେ ଆଜି ରାଜସ୍ବ ପରିଷଦ ସଭ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ସେ ସମୀକ୍ଷା କରୁଥିବା ଜଣାପଡ଼ିଛି । ରାଜସ୍ବ ପରିଷଦର ସଭ୍ୟ ଜିଭିଭି ଶର୍ମାଙ୍କ ସହ ADM ରାମେଶ୍ବର ପ୍ରଧାନ, ରାଜସ୍ବ ଅଧିକାରୀ ସାଗରିକା ଷଡ଼ଙ୍ଗୀ, ଉପଜିଲ୍ଲାପାଳ ଲଲିତ କୁମାର କଅଁର ଓ IAS ପ୍ରବେସନର ବେଦ ଭୁଷଣଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି ।

ବିଗତ ଦିନରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ଉପନିବନ୍ଧକ କାର୍ଯ୍ୟଳୟରେ ବଡ ଧରଣର ଅର୍ଥ ଦୁର୍ନୀତି ଅଭିଯୋଗ ହୋଇଥିଲା । କାର୍ଯ୍ୟାଳୟର ୪ କୋଟି ଟଙ୍କାର ଷ୍ଟାମ୍ପ୍‌ ଡ୍ୟୁଜ ଡିପୋଜିଟ କରାଯାଇ ନଥିବାରୁ ତିନିଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଏହାସହ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିବାବେଳେ କିରାଣୀ ସୁଧୀର ସାହୁଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି । ସେହି ସମୟରେ ଉପନିବନ୍ଧକ ଦାୟିତ୍ବରେ ରହିଥିବା ତଥା ବର୍ତ୍ତମାନର ତହସିଲଦାର ହରିପଦ ମଣ୍ଡଳ, ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା ଓ ପୂର୍ବତନ ତହସିଲଦାର ଅରୁଣ କୁମାର ଖଣ୍ଡା ନିଲମ୍ବିତ ହୋଇଛନ୍ତି ।

ଗତ ୨୦୧୭ରୁ ତିନିଜଣ କୋଟି କୋଟି ଟଙ୍କାର ଦୁର୍ନୀତି କରିଥିବା ସୂଚନା ରହିଛି । କିଛିଦିନ ତଳେ କିରାଣୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଅଭିଯୋଗରେ ତାଙ୍କୁ ଗତବର୍ଷ ଜାନୁଆରୀ ମାସରେ ବନ୍ଧୁଗାଁକୁ ବଦଳି କରାଯାଇଥିଲା । ଏହାପରେ ଉପନିବନ୍ଧକ କାର୍ଯ୍ୟାଳୟରେ ଏକ ଅଡିଟ୍‌ କରାଯାଇଥିଲା । ପରେ ଏହି ଅଡିଟ୍‌ରେ ତାଙ୍କ ଦୁର୍ନୀତି ଧରାପଡିଥିଲା ଏବଂ ରାଜସ୍ବ ବିଭାଗ ପକ୍ଷରୁ ଦୁଇଜଣ OAS ଓ ଜଣେ ORS କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା । ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତାରଙ୍କ ଦ୍ବାରା ନିଲମ୍ବିତ ହୋଇଥିବା ସୁଧୀର ବର୍ତ୍ତମାନ ଫେରାର ଥିବା ଜଣାପଡିଛି ।

କୋରାପୁଟରୁ ସି.ଏଚ. ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details