କୋରାପୁଟ: ବିଶ୍ଵ ପରିବେଶ ଦିବସରେ ସାରା ବିଶ୍ଵ ପ୍ରକୃତିର ସଂରକ୍ଷଣ କରିବା ଦିଗରେ ପଦକ୍ଷେପ ନେବା ପାଇଁ ସଂକଳ୍ପ ନେଉଥିବା ବେଳେ କୋରାପୁଟ ଅଞ୍ଚଳର ଆଦିବାସୀ ଚାଷୀ ପାରମ୍ପରିକ ପଦ୍ଧତିରେ ମାଣ୍ଡିଆ, ସୁଆଁ , ବାଜରା ଭଳି ବିଭିନ୍ନ ଲଘୁ ଶସ୍ୟ ଓ ଅଳସି ଭଳି ତୈଳବୀଜ ଜାତୀୟ ଶସ୍ୟ ଉତ୍ପାଦନ କରି ପ୍ରକୃତିର ସେବା ଓ ସଂରକ୍ଷଣ କରି ଆସିଛି ବୋଲି ମିଲେଟ ମିଶନ ସହିତ ସମ୍ପୃକ୍ତ କୃଷି ବିଶେଷଜ୍ଞ ତାପସ ଚନ୍ଦ୍ର ରାୟ ମତ ରଖିଛନ୍ତି ।
କୋରାପୁଟ ଅଞ୍ଚଳର ଅଧିକାଂଶ ଚାଷୀ ନିଜର ଛୋଟ ଛୋଟ ଚାଷ ଜମିରେ ବିନା କୌଣସି ରାସାଯନିକ ସାର ବା ଔଷଧ ବ୍ୟବହାର ନକରି ନିଜ ପାରମ୍ପରିକ ପଦ୍ଧତିରେ ଜୈବିକ ଖତର ପ୍ରୟୋଗ କରି ମୂଳତଃ ଲଘୁ ଶସ୍ୟ ଉତ୍ପାଦନ କରିଆସିଛନ୍ତି । ଲଘୁ ଶସ୍ୟ ଅତି କମ ଜଳ ପାଇ ମଧ୍ୟ ଫସଲ ଦେଇପାରୁଥିବା ଯୋଗୁଁ ଆଜି ଯେତେବେଳେ ସମଗ୍ର ବିଶ୍ଵ ଜଳ ଅଭାବରେ ହାହାକାର ହୋଇ କମ୍ ପାଣିରେ କେମିତି ଚାଷ କରିହେବ ।