ଓଡିଶା

odisha

ETV Bharat / state

31ରୁ ଭୁବନେଶ୍ଵରରୁ ଜୟପୁରକୁ ଉଡିବ ବିମାନ, ଏତିକି ରହିଛି ଟିକେଟ୍‌ ଦର - flight service to jeypore

ଆସନ୍ତା 31ରୁ ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ବର-ଜୟପୁର ଯାତ୍ରୀବାହୀ ବିମାନ ସେବା । ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଆ ୱାନ ଏୟାର ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ

indiaone air to operate inaugural flight from bhubaneswar to jeypore on 31 october
31ରୁ ଭୁବନେଶ୍ଵର-ଜୟପୁର ବିମାନ ଚଳାଚଳ, ଟିକେଟ ଦର 999

By

Published : Oct 29, 2022, 11:47 AM IST

ଭୁବନେଶ୍ବର: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆସନ୍ତା 31 ତାରିଖରୁ ଭୁବନେଶ୍ବରରୁ ଜୟପୁରକୁ ବିମାନ ଚଳାଚଳ ସେବା ଆରମ୍ଭ ହେବ । ଏନେଇ ‘ଇଣ୍ଡିଆ ୱାନ ଏୟାର’ ପକ୍ଷରୁ ଟ୍ବିଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି । ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ିବା ପାଇଁ ଗତ ୨୦ ତାରିଖରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଲାଇସେନ୍ସ ଦିଆଯାଇଥିଲା । ଏହାପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜୟପୁର-ଭୁବନେଶ୍ବର ଏବଂ ଭୁବନେଶ୍ବର-ଜୟପୁର ବିମାନ ଉଡ଼ିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଆସନ୍ତା 31 ତାରିଖରୁ ଏହି ବିମାନସେବା ଆରମ୍ଭ ହେବ । ଏଥିପାଇଁ କିଛି ଯାତ୍ରୀ ପ୍ରଥମ ଥର ଭୁବନେଶ୍ବରରୁ ଜୟପୁରକୁ ଯାତ୍ରା କରିବା ପାଇଁ ଇଣ୍ଡିଆ ୱାନ ଏୟାର ସାଇଟ୍‌ରୁ ଅନ୍‌ଲାଇନ୍ ଟିକେଟ କରିଥିବା ସୂଚନା ମିଳିଛି । ଏଥିସହ ଇଣ୍ଡିଆ ୱାନ ଏୟାର ପକ୍ଷରୁ ଅଫର ପ୍ରାଇସ ଭାବେ ବିମାନରେ ଭୁବନେଶ୍ବରରୁ ଜୟପୁରକୁ ଯିବାପାଇଁ ଟିକେଟ ମୂଲ୍ୟ 999 ଟଙ୍କା ରଖାଯାଇଛି । ଟିକେଟ ବୁକିଂ ଲାଗି ସ୍ବତନ୍ତ୍ର ୱେବସାଇଟ indiaoneair.comର ବ୍ୟବସ୍ଥା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ:Super Cyclone: ବିନାଶକୁ ପୂରିଲା 23 ବର୍ଷ, ଦିନ ଯାଇଛି ଚିହ୍ନ ରହିଛି

ସୂଚନା ଥାଉକି, ଗତ 20 ତାରିଖ କେନ୍ଦ୍ର ସରକାରଙ୍କ ‘ଉଡାନ’ ‌‌ଯୋଜନାରେ ବିମାନ ଚଳାଚଳ ଲାଇସେନ୍ସ ମିଳିଛି । ଗତ ଜୁଲାଇ ମାସରେ ଜୟପୁର ବିମାନବନ୍ଦରରୁ ବିମାନ ଉଡାଣ ପାଇଁ ଆବଶ୍ୟକୀୟ ବୈଷୟିକ, ଭୌଗଳିକ ଭିତ୍ତିଭୂମିର ସମୀକ୍ଷା ହୋଇଥିଲା । ଡିଜିସିଏର ଅଧିକାରୀ ଏହି ଅନୁଧ୍ୟାନ କରି ତୃଟି ଚିହ୍ନଟ କରିଥିଲେ । ଏହା ପରେ ଚିହ୍ନଟ ହୋଇଥିବା ତୃଟି ସୁଧାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ତୃଟିକୁ ଯାଞ୍ଚ କରିବା ସହ ପଦକ୍ଷେପ ନିଆଯାଇଥିଲା । ଏହାପରେ ରିପୋର୍ଟ ଦାଖଲ ହୋଇଥିଲା । ପୁଣି ଥରେ ଡିଜିସିଏ ରିପୋର୍ଟ ପାଇବା ପରେ ଗତ ୧୩ ତାରିଖରେ ପୁଣି ଡିଜିସିଏ ଅଧିକାରୀ ଧୁଷର କୁମାର ମଣ୍ଡଳ, ମନିଷ ଠାକୁର ଓ ଭୁବେନଶ୍ବର ବିମାନ ବନ୍ଦର ଅଧିକାରୀ ଜୟପୁର ଆସି ସମୀକ୍ଷା କରିଥିଲେ । ସମୀକ୍ଷା ପରେ ଆଜି ବି’ କ୍ୟାଟାଗୋରୀ ବିମାନ ଚଳାଚଳ ପାଇଁ ଅନୁମତି ମିଳିଛି ।

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details