କୋରାପୁଟ:2 ମାସ ମଧ୍ୟରେ କୋରାପୁଟର ପୁରୁଣା ହିନ୍ଦୁ ମଶାଣିରେ ଜଳିଲାଣି 72 ଜଣ କୋରୋନା ଆକ୍ରାନ୍ତଙ୍କ ମୃତଦେହ । ଏନେଇ ସୂଚନା ଦେଇଛନ୍ତି ମଶାଣୀ ଠିକାଦାର ରବୀନ୍ଦ୍ର ସାହୁ । ମଶାଣିରେ ବର୍ତମାନ ସବୁ ଧର୍ମର ବ୍ୟକ୍ତିଙ୍କ ମୃତଦେହ ସତ୍କାର କରାଯାଉଥିବା ଯୋଗୁଁ ଏହି କାର୍ଯ୍ୟ କରିବା ପାଇଁ ସାତ ଜଣ କର୍ମଚାରୀ ଆବଶ୍ୟକତା ଅନୁଯାଇ ପହଞ୍ଚି ମୃତଦେହ ଗୁଡିକୁ ଦାହ କରୁଛନ୍ତି ।
ପ୍ରତିଟି ମୃତଦେହ ସତ୍କାର ପାଇଁ ସରକାର 7500 ଟଙ୍କା ଦେଉଥିବା ବେଳେ କାଠ ବା କଫିନ କିଣିବା, ଗାତ ଖୋଳିବା ଏବଂ ଆନୁଷଙ୍ଗିକ ଖର୍ଚ୍ଚ କରିବା ପରେ ମେଡିକାଲ କଲେଜରୁ ମୃତଦେହକୁ ଶ୍ମଶାନ ପର୍ଯ୍ୟନ୍ତ ଆଣି ଆସୁଥିବା ବ୍ୟକ୍ତିଙ୍କୁ ସେମାନଙ୍କ ପାଉଣା ଦେବା ପରେ ମୃତଦେହ ସତ୍କାର କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ସମ୍ମିଳିତ ଭାବେ ମୃତଦେହ ପିଛା ଦୁଇ ହଜାର ଟଙ୍କା ଦିଆଯାଉଥିବା ଠିକୀଦାର ସାହୁ ସୂଚନା ପ୍ରଦାନ କରିଛନ୍ତି ।