ଓଡିଶା

odisha

ETV Bharat / state

ପ୍ରକୃତି ଦିବସରେ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ କରନ୍ତୁ ଉପଭୋଗ - Koraput's natural beauty

ଲକଡାଉନ ପ୍ରଭାବରେ ମଣିଷ ଆଜି ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ହୋଇଯାଇଥିଲେ ହେଁ କୋରାପୁଟର ପ୍ରକୃତି କିନ୍ତୁ ସୌନ୍ଦର୍ଯ୍ୟର ଓଢଣୀରେ ନିଜକୁ ଘୋଡାଇ ରଖିବାରେ ଅବହେଳା କରିନାହିଁ ।

in-the-nature-day-watch-koraputs-natural-beauty
ପ୍ରକୃତି ଦିବସରେ ଦେଖନ୍ତୁ, କୋରାପୁଟ ପ୍ରାକୃତିକ ସୌନ୍ଦର୍ଯ୍ୟ ମନୋରମ ରୂପ

By

Published : Apr 22, 2020, 8:03 PM IST

Updated : Apr 23, 2020, 10:20 AM IST

କୋରାପୁଟ: ଆଜି ପ୍ରକୃତି ଦିବସ । ଲକଡାଉନ ପ୍ରଭାବରେ ମଣିଷ ଆଜି ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ହୋଇଯାଇଥିଲେ ହେଁ କୋରାପୁଟର ପ୍ରକୃତି କିନ୍ତୁ ସୌନ୍ଦର୍ଯ୍ୟର ଓଢଣୀରେ ନିଜକୁ ଘୋଡାଇ ରଖିବାରେ ଅବହେଳା କରିନାହିଁ ।

ପ୍ରକୃତି ଦିବସରେ ଦେଖନ୍ତୁ, କୋରାପୁଟ ପ୍ରାକୃତିକ ସୌନ୍ଦର୍ଯ୍ୟ ମନୋରମ ରୂପ

ସବୁଜ ବନାନୀ, ସୁଉଚ୍ଚ ପାହାଡ଼ ପର୍ବତ, କଳ କଳ ନାଦରେ ବହିଯାଉଥିବା ନଦୀ ଝରଣା ସାଙ୍ଗକୁ ଭଳିକି ଭଳି ଫୁଲ ଫଳରେ ପ୍ରକୃତି କୋରାପୁଟକୁ ସଜାଇ ଦେଇଛି । କୋରୋନା ଲକଡାଉନ ସମୟରେ ମଣିଷର ହସ୍ତକ୍ଷେପ ନଥିବା ଯୋଗୁଁ ମୁକ୍ତ ଆକାଶରେ ଅଧିକ ମାତ୍ରାରେ କୋଇଲିର ରାବ ଶୁଭାଯାଉଛି । ସେହିପରି ପକ୍ଷୀ ସମୂହ ରାସ୍ତାର ଅତି ନିକଟରେ ଉଡିଯିବାର ସାହସ କରୁଛନ୍ତି । ସତେ ଯେମିତି କୋରୋନା ଉପରେ ବିଜୟ ହାସଲ କରିବା ପାଇଁ ମନୁଷ୍ୟର ପ୍ରୟାସକୁ କୋରାପୁଟର ପ୍ରକୃତି ନିଜର ଅପରୂପ ସୌନ୍ଦର୍ଯ୍ୟ ମାଧ୍ୟମରେ ଅଭିନନ୍ଦନ ଜଣାଉଛି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Last Updated : Apr 23, 2020, 10:20 AM IST

ABOUT THE AUTHOR

...view details