ଓଡିଶା

odisha

ETV Bharat / state

ମାଓ ମୁକାବିଲା ନେଇ କୋରାପୁଟରେ ଗୁରୁତ୍ୱପୂର୍ଣ୍ଣ ବୈଠକ - ଗୁରୁତ୍ବପୂର୍ଣ୍ଣ ବୈଠକ

ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମଦଙ୍କ ଅଧକ୍ଷତାରେ କୋରାପୁଟ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ମାଓ ଦମନ ନେଇ ଅନୁଷ୍ଠିତ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢ଼ନ୍ତୁ...

ମାଓ ମୁକାବିଲା ନେଇ କୋରାପୁଟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

By

Published : Oct 19, 2019, 7:29 PM IST


କୋରାପୁଟ: ଜିଲ୍ଲାର ପୋଲିସ ମୁଖ୍ୟ କାର୍ଯ୍ୟାଳୟ ସଭାଗୃହରେ ନକ୍ସଲ ମୁକାବିଲା ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମଦଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେବିକେ ଅଞ୍ଚଳର 6ଟି ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ ସମେତ କୋବ୍ରା, ବିଏସଫ ଓ ସିଆରପିଫର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ମାଓ ମୁକାବିଲା ନେଇ କୋରାପୁଟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ସହ ଓଡିଶା ପୋଲିସର କିପରି ଭାବେ ସମନ୍ବୟ ରଖା ଯାଇପାରିବ ଓ ମାଓ ଦମନକୁ ଆହୁରି ପ୍ରଭାବଶାଳୀ କରାଯିବ ସେନେଇ ଆଲୋଚନା କରାଯାଇଛି । ଏହାସହ ଗୁଇନ୍ଦା ବିଭାଗକୁ ଅଧିକ ସଜାଗ କରିବା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଥିଲା ।

ଏହା ସହିତ ମାଓ ଇଲାକାରେ ବିକାଶର ଧାରା କିପରି ତ୍ବରାନ୍ବିତ କରାଯିବ ସେ ନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା ବୋଲି ଡିଆଇଜି ଅହମଦ ପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details