ଓଡିଶା

odisha

ETV Bharat / state

ଦୁଇ ଲକ୍ଷ ଟଙ୍କାର ନୀଳଗିରି କାଠ ଜବତ, ଜଣେ ଗିରଫ - କାଠ ବୋଝେଇ ଟ୍ରକ ଜବତ

କୋରାପୁଟ ସହର ମୁତ୍ୟାଲୁମା ମନ୍ଦିର ଛକ ନିକଟରେ ବନ ବିଭାଗ ପକ୍ଷରୁ କାଠ ବୋଝେଇ ଟ୍ରକ ଜବତ । ଏଥିରେ ଜଣେ ଗିରଫ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

illegal wood seized
ବେଆଇନ କାଠ ଜବତ

By

Published : Jan 3, 2023, 11:33 AM IST

ଦୁଇ ଲକ୍ଷ ଟଙ୍କାର ନୀଳଗିରି କାଠ ଜବତ

କୋରାପୁଟ: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କାଠ ଚୋରା ଚାଲାଣ । ବନ ବିଭାଗକୁ ଆଖି ଠାର ମାରି ବେଆଇନ ଭାବେ ଆନ୍ତଃ ଜିଲ୍ଲା ତଥା ବାହାର ରାଜ୍ୟକୁ କାଠ ଚାଲାଣ କରୁଥିବା ଘଟଣା ସାମ୍ନାକୁ ଆସିଛି । କୋରାପୁଟ ସହରର ମୁତ୍ୟାଲୁମା ମନ୍ଦିର ଛକ ନିକଟରେ ଏକ କାଠ ବୋଝେଇ ଟ୍ରକ ଜବତ ହୋଇଛି । ଏହି ଘଟଣାରେ ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:ପୌର ନିର୍ବାହୀ ଅଧିକାରୀଙ୍କୁ ମାଡ ମାରିଲେ ପୌର ଉପାଧ୍ୟକ୍ଷଙ୍କ, ଥାନାରେ ଏତଲା

ସୋମବାର ଦିନ କୋରାପୁଟ ସହରର ମୁତ୍ୟାଲୁମା ମନ୍ଦିର ଛକ ନିକଟରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ଚାଲୁଥିଲା । ଏହି ସମୟରେ ବୋରିଗୁମ୍ମା-କୋରାପୁଟ ରାସ୍ତା ଦେଇ ରାୟଗଡ଼ା ଅଭିମୁଖେ ଯାଉଥିବା ଏକ ଟ୍ରକକୁ ଅଟକାଇ ସେଥିରେ ଥିବା ନୀଳଗିରି କାଠର କାଗଜ ପତ୍ର ଯାଞ୍ଚ କରିଥିଲେ । ତେବେ କାଗଜପତ୍ର ଠିକ ନଥିବା ଯୋଗୁଁ ଟ୍ରକ ଓ କାଠକୁ ଜବତ କରିଥିବା ରେଞ୍ଜର ସୂଚନା ଦେଇଛନ୍ତି । ଜବତ ଟ୍ରକ ମଧ୍ୟରେ 81ଟି କାଠ ଗଣ୍ଡି ରହିଥିବା ବେଳେ ଏହାର ବଜାର ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇଛି । ଅନ୍ୟପଟେ ଏଥିରେ ସମ୍ପୃକ୍ତ ଥିବା ଲୋକଙ୍କୁ ଖୋଜା ଯାଉଥିବା ବନାଞ୍ଚଳର ରେଞ୍ଜର ରୋହିତ କୁମାର ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଚଳିତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥର ରେକର୍ଡ ଲକ୍ଷ୍ୟ, 36ଟି ଷ୍ଟେସନର କରାଯିବ ଉନ୍ନତିକରଣ

ସୂଚନା ଥାଉକି, କୋରାପୁଟରେ ଲଗାତାର ଭାବେ ବେଆଇନ କାଠ ଜବତ କରାଯାଇଛି । ଗତ ଡିିସେମ୍ବରରେ କୋରାପୁଟ ବନାଞ୍ଚଳ ଅନ୍ତର୍ଗତ ବାରିଗୁଡ଼ା ଗ୍ରାମରୁ ଚନ୍ଦନ କାଠ ଜବତ ହୋଇଥିଲା । ଜବତ କାଠର ଓଜନ ପ୍ରାୟ 10କେଜି ହେବା ନେଇ ସୂଚନା ରହିଥିଲା । ଏନେଇ ବନବିଭାଗ କର୍ମଚାରୀ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଗିରଫ ଦୁଇ ଅଭିଯୁକ୍ତ ହେଲେ ବୁଦୁ ମୁଦୁଲି ଓ ରଥ ମାଝୀ । ବନ ଅଧିକାରୀମାନେ ପାଟ୍ରୋଲିଂ କରୁଥିବା ବେଳେ କୋରାପୁଟ ବାରୀଗୁଡ଼ା ଗ୍ରାମରେ ଚନ୍ଦନ କାଠ ଚାଲାଣ ହେଉଥିବା ନେଇ ଖବର ପାଇଥିଲେ ବନକର୍ମଚାରୀ ଏବଂ ସେଠାରେ ପହଞ୍ଚି ଚଢ଼ଉ କରିଥିଲେ । ଚଢ଼ାଉ ବେଳେ ସେମାନଙ୍କୁ ପଚରାଉଚୁରା କରିବା ସହ ତଦନ୍ତ କରିଥିଲେ । ସେମାନଙ୍କ ଠାରୁ ଗୁଳି ଭର୍ତ୍ତିଥିବା ଦେଶୀ ବନ୍ଧୁକ, ଚନ୍ଦନ ଗଛ କାଟିବା ପାଇଁ ବ୍ୟବହୃତ ହେଉଥିବା ଯନ୍ତ୍ରପାତି ଓ ଚନ୍ଦନକାଠ ଜବତ ହୋଇଥିଲା ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details