ଓଡିଶା

odisha

ETV Bharat / state

ଲକଡାଉନ ନିୟମକୁ ଫୁ, ବେଧଡକ ଚାଳକଙ୍କ ବାଇକ ଏପ୍ରିଲ 15 ଯାଁଏ ସିଜ - ମହାମାରୀ କୋରୋନା ଭୂତାଣୁ ବ୍ୟାପିବାରୁ ରୋକ

କୋରାପୁଟରେ ଜରୁରୀକାର୍ଯ୍ୟ ନଥିଲେ ବି ଲୋକେ ମୋଟର ସାଇକଲରେ ସହରର ବେଧଡକ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି ।

lockdown rules
କୋରାପୁଟରେ ଲକଡାଉନ ନିୟମକୁ ଫୁ

By

Published : Mar 25, 2020, 6:47 PM IST

କୋରାପୁଟ: ମହାମାରୀ କୋରୋନା ଭୂତାଣୁ ବ୍ୟାପିବାରୁ ରୋକିବାକୁ 21 ଦିନ ଧରି ସାରା ଦେଶକୁ ଲକଡାଉନ ଘୋଷଣା ହୋଇଛି । ଏହି ସମୟରେ କୌଣସି ଜରୁରୀ କାମ ନଥିଲେ ଘରୁ ନହାହାରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ମୁଖ୍ୟମନ୍ତ୍ରୀ ନବୀବ ମଧ୍ୟ ଜନତାଙ୍କୁ ଅପିଲ କରିଆସୁଥିଲେ ହେଁ , କୋରାପୁଟରେ ଜରୁରୀକାର୍ଯ୍ୟ ନଥିଲେ ବି ଲୋକେ ମୋଟର ସାଇକେଲରେ ସହରର ବେଧଡକ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି ।

କୋରାପୁଟରେ ଲକଡାଉନ ନିୟମକୁ ଫୁ

ସମସ୍ତ ବାରଣକୁ ବେଖାତିର କରୁଥିବା ଏଭଳି ବାଇକ ଆରୋହୀଙ୍କୁ ଅଟକାଇ ସେମାନଙ୍କ ମଟର ସାଇକେଲକୁ ପୋଲିସ ଜବତ କରିଛି ପୋଲିସ। ନିଜେ ଏସଡିପିଓ ବଳଭଦ୍ର ଦୀପ ରାସ୍ତାରେ ଠିଆ ହୋଇ ଏ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଥିବା ଦେଖାଯାଇଛି ।

ଅଯଥା ତର୍କ କରୁଥିବା କିଛି ବାଇକ ଆରୋହୀଙ୍କ ମଟର ସାଇକଲକୁ ଏପ୍ରିଲ 15 ପରେ ଥାନାରୁ ଆସି ନେବା ପାଇଁ ଏସଡିପିଓ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ଦେଖି ସକାଳୁ ବେପରୁଆ ଭାବେ ଚାଲୁଥିବା ମୋଟର ସାଇକେଲ ଆରୋହୀଙ୍କ ସଂଖ୍ୟା ଅପରାହ୍ନ ବେଳକୁ ବହୁମାତ୍ରାରେ କମିଯାଇଥିବା ଦେଖାଯାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details