ଓଡିଶା

odisha

ETV Bharat / state

କୋରାପୁଟ ବୁଲିଲେ ଭାରତୀୟ ପ୍ରଶାସନିକ ସେବାର ଭବିଷ୍ୟତ, ପ୍ରଗତି ନେଇ ଦେଲେ ସକରାତ୍ମକ ବାର୍ତ୍ତା - କୋରାପୁଟର ପ୍ରଗତି ନେଇ ସକରାତ୍ମକ ବାର୍ତ୍ତା

ମସୁରିଠାରେ ଭାରତୀୟ ପ୍ରଶାସନିକ ସେବାର ତାଲିମ ନେଉଥିବା 14 ଜଣ ଯୁବକ ଯୁବତୀ କୋରାପୁଟର ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି। ସକାରାତ୍ମକ ସହଯୋଗରେ ଏହି ଅଞ୍ଚଳର ପ୍ରଗତିର ସମ୍ଭାବନା ରହିଥିବା ନେଇ ସେମାନେ ମତବ୍ୟକ୍ତ କରିଛନ୍ତି ।

Ias trainee on koraput visit
ପ୍ରଗତି ପଥରେ କୋରାପୁଟ

By ETV Bharat Odisha Team

Published : Sep 3, 2023, 7:55 AM IST

ପ୍ରଗତି ପଥରେ କୋରାପୁଟ

କୋରାପୁଟ:ମସୁରି ଠାରେ ଭାରତୀୟ ପ୍ରଶାସନିକ ସେବାର ତାଲିମ ନେଉଥିବା 14 ଜଣ ଯୁବକ ଯୁବତୀ କୋରାପୁଟର ପ୍ରଗତି ନେଇ ମତ ରଖିଛନ୍ତି । ଜିଲ୍ଲାର ନଦୀ, ପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟ, ମନ୍ଦିର ଓ ଗୁମ୍ଫା ଆଦି ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରାଯିବ । ଏନେଇ ମସୁରି ଠାରେ ଭାରତୀୟ ପ୍ରଶାସନିକ ସେବାର ତାଲିମ ନେଉଥିବା 14 ଜଣ ଯୁବକ ଯୁବତୀ ଗୁରୁତ୍ବପୂର୍ଣ୍ଣ ମତାମତ ଦେଇଛନ୍ତି । ସେମାନେ ଗତ 3 ଦିନ ଧରି କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକର ରାମଗିରି ଓ ନନ୍ଦପୁର ବ୍ଲକ ଅନ୍ତର୍ଗତ ଚାଟୁଆ ଅଞ୍ଚଳ ପରିଦର୍ଶନ କରି ଏହି ମନ୍ତବ୍ୟ ଦେଇଛନ୍ତି । ସକାରାତ୍ମକ ସହଯୋଗରେ ଏହି ଅଞ୍ଚଳର ପ୍ରଗତିର ସମ୍ଭାବନା ରହିଥିବା ନେଇ ସେମାନେ ମତବ୍ୟକ୍ତ କରିଛନ୍ତି ।

ସେମାନେ ଗସ୍ତର ଶେଷ ପର୍ଯ୍ୟାୟରେ ଗତକାଲି(ଶନିବାର) କୋରାପୁଟ ସହରରେ ଥିବା କାଉନସିଲ ଫର ଏନାଲିଟିକାଲ ଟ୍ରାଇବାଲ ଷ୍ଟଡିସ , କୋଟସ ଓ ଆଦିବାସୀ ସଂଗ୍ରହାଳୟ ଭ୍ରମଣ କରିଥିଲେ। କୋରାପୁଟ ଜିଲ୍ଲାର ଆଦିବାସୀ ଜନଜୀବନର ସୌନ୍ଦର୍ଯ୍ୟ, ଐତିହ୍ୟ, କଳା, ସଂସ୍କୃତି ଓ ଜୀବନ ଧାରା ସମ୍ପର୍କରେ ବିଶେଷଜ୍ଞଙ୍କ ସହ ଚର୍ଚ୍ଚା ମଧ୍ୟ କରିଛନ୍ତି । ଏହାସହ ସେମାନେ ରାମଗିରି ଓ ଚାଟୁଆ ଅଞ୍ଚଳରେ ଅଞ୍ଚଳବାସୀଙ୍କ ସହ ସାକ୍ଷାତ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଶ୍ଳେଷଣ କରିଥିବା ଜଣାଇଛନ୍ତି । ଏହି ଅବସରରେ ସେମାନେ କୋରାପୁଟ ଅଞ୍ଚଳରେ ଧାନର ଉତ୍ପତ୍ତି ହୋଇଥିବା ଓ ଏଠାରେ ଚାଷୀ ଓ ଗବେଷକମାନେ ଶତାଧିକ ପ୍ରକାରର ଧାନ , ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ ଜାତୀୟ ଶସ୍ୟର ସଂରକ୍ଷଣ କରୁଥିବା ଜାଣିବାକୁ ପାଇଛନ୍ତି ।

ଏହା ବି ପଢନ୍ତୁ...‘ସ୍ୱାୟତ୍ତ ଶାସନ ପାଇଁ ପୌର ପରିଷଦର ନିଜସ୍ୱ ଆୟ ବୃଦ୍ଧି ଜରୁରୀ’

ପ୍ରଶାସନିକ ସେବାରେ ତାଲିମ ନେଉଥିବା ସଦସ୍ୟମାନେ କହିଛନ୍ତି, "ଏହି ଅଞ୍ଚଳରେ ବାସ କରିଥିବା ଆଦିବାସୀଙ୍କ ପ୍ରତି ସମ୍ମାନ ବୃଦ୍ଧି ପାଇଛି । କୋରାପୁଟରେ ପ୍ରାକୃତିକ ସମ୍ପଦ ସହିତ ଭରପୁର ହୋଇ ରହିଛି । ସରକାରଙ୍କ ବିଭିନ୍ନ ବିକାଶମୁଖୀ ଯୋଜନା ମଧ୍ୟ ରହିଛି । ଏହି ସମସ୍ତ ବିଭବ ଗୁଡିକ ମଧ୍ୟରେ ସମନ୍ଵୟ ସ୍ଥାପନ କରି ଯୋଜନା ସାକାର କରିପାରିଲେ ଏହି ଅଞ୍ଚଳର ବିକାଶକୁ କେହି ପ୍ରରିରୋଧ କରିପାରିବେ ନାହିଁ । ଏହି ଅଞ୍ଚଳରେ ଚାଲିଥିବା ଗବେଷଣ କୁ ଗୁରୁତ୍ୱ ଦେଇ ସେଥିରେ ଉପଲବ୍ଧ ତଥ୍ୟକୁ ଆଧାର କରି ଯୋଜନା ପ୍ରସ୍ତୁତ କରାଗଲେ ବିକାଶର ଧାରା ତ୍ୱରିତ ହୋଇପାରିବ ।" ତେବେ ପ୍ରଶାସନିକ ସେବାର ତାଲିମ ନେଉଥିବା ଏହି ଯୁବପୀଢ଼ିଙ୍କ ମଧ୍ୟରେ ଥିବା ଆଗ୍ରହ ଏବଂ ଅନୁଭୂତି ଜିଲ୍ଲାର ବିକାଶ ଦିଗରେ ବେଶ ପ୍ରଭାବ ପକାଇବ ବୋଲି କୋଟସର ନିର୍ଦ୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର କହିଛନ୍ତି ।


ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details