କୋରାପୁଟ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ । ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟାପଲି ।
ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାର ଡିଭିଏଫ ଏବଂ ବିଡିଡି ସ୍କ୍ବାର୍ଡ ନାରାୟଣପାଟଣା ଥାନା ଅଞ୍ଚଳ ଅନ୍ତର୍ଗତ କେଣ୍ଡା ବୋରିଗି , ମଙ୍ଗଳପୁର ଏବଂ ଆତ୍ମକଣ୍ଡା ଜଙ୍ଗଲରେ ମାଓ ବିରୋଧୀ ଅପରେସନ ଚଳାଇଥିଲେ । ସେହି ସମୟରେ ସୁରେଶି ନିକଟରେ ମାଓବାଦୀଙ୍କ ଦ୍ବାରା ଏକ ଅସ୍ତ୍ରଶସ୍ତ୍ର ପୋତା ହୋଇଥିବା ସ୍ଥାନରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟାପଲି ସୂଚନା ପ୍ରଦାନ କରିଛନ୍ତି ।