କୋରାପୁଟ: ଆସନ୍ତା ସୋମବାର ଠାରୁ କୋରାପୁଟରୁ ହାୱଡା ଓ ଜଗଦଲପୁର ମଧ୍ୟରେ ପାର୍ଶଲ ସ୍ପେଶାଲ ଏକ୍ସପ୍ରେସ ଟ୍ରେନ ଚଳାଚଳ ଆରମ୍ଭ ହେବ । ଏହି ମାଲବାହୀ ଟ୍ରେନ ପ୍ରତି ସପ୍ତାହ ସୋମବାର ଓ ଗୁରୁବାର ଦିନ ହାୱଡାରୁ ବାହାରିବା ପରେ ପ୍ରତି ବୁଧବାର ଓ ଶନିବାର ଦିନ ଏହା ଜଗଦଲପୁରରୁ ବାହାରିବ ବୋଲି କୋରାପୁଟ ରେଳ ଷ୍ଟେସନ ମ୍ୟାନେଜର ଏନ.କେ.ଭିତରିଆ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଅଗଷ୍ଟ ମାସ 10 ତାରିଖରୁ କୋରାପୁଟ ଓ ଭୁବନେଶ୍ବର ମଧ୍ୟରେ ସମ୍ବଲପୁର ଦେଇ ଚାଲିଥିବା ଯାତ୍ରୀବାହୀ ସ୍ପେଶାଲ ଏକ୍ସପ୍ରେସ ଟ୍ରେନର ଅବଧି ଚଳିତ ମାସ ଶେଷ ହେଉଥିଲା । ମାତ୍ର ମିଳିଥିବା ପରିବର୍ତ୍ତିତ ଚିଠି ଅନୁଯାୟୀ ଏହା ଆସନ୍ତା ମାସ ମଧ୍ୟ ଚାଲିବ ବୋଲି ଜଣାପଡିଛି ।