ଓଡିଶା

odisha

ETV Bharat / state

ପ୍ରଶାସନ ପକ୍ଷରୁ କୋରାପୁଟ ହସ୍ପିଟାଲ ଓ ସରକାରୀ କାର୍ଯ୍ୟାଳୟ ସାନିଟାଇଜ

କୋରାପୁଟ ଜିଲ୍ଲା ସଦର ମହକୁମାର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ସାନିଟାଇଜ କଲା ପ୍ରଶାସନ । ଏକାଧିକ ସରକାରୀ କାର୍ଯ୍ୟାଳୟ ହେଲା ସାନିଟାଇଜ । ଅଧିକ ପଢନ୍ତୁ....

By

Published : May 12, 2021, 7:20 PM IST

ସାନିଟାଇଜ ହେଲା ହସ୍ପିଟାଲ ଓ ସରକାରୀ କାର୍ଯ୍ୟାଳୟ
ସାନିଟାଇଜ ହେଲା ହସ୍ପିଟାଲ ଓ ସରକାରୀ କାର୍ଯ୍ୟାଳୟ

କୋରାପୁଟ: କୋରାପୁଟ ଜିଲ୍ଲା ସଦର ମହକୁମାର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଛି । ଆଇଟିଡିଏ , ଡିଆରଡିଏ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଜି ସାନିଟାଇଜେସନ କରାଯାଇଥିବା ସିଭିଲ ଡିଫେନ୍ସର ଡେପୁଟି ଡ଼ାଇରେକ୍ଟର ରମାକାନ୍ତ ମିଶ୍ର ସୂଚନା ଦେଇଛନ୍ତି ।

ସାନିଟାଇଜ ହେଲା ହସ୍ପିଟାଲ ଓ ସରକାରୀ କାର୍ଯ୍ୟାଳୟ

ଦିନକୁ ଦିନ କୋରାପୁଟରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଵୃଦ୍ଧି ପାଉଥିବା ଯୋଗୁଁ ଅଧିକ ଲୋକଙ୍କ ଚଳପ୍ରଚଳ ହେଉଥିବା ଏପରି ସ୍ଥାନ ଗୁଡିକରେ ସାନିଟାଇଜ କରାଯିବାର ଆବଶ୍ୟକତା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଉକ୍ତ ସ୍ଥାନ ଗୁଡିକ ସାନିଟାଇଜ କରିବାକୁ ମଧ୍ୟ କାର୍ଯ୍ୟକ୍ରମ ରଖାଯାଇଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଏହି କାର୍ଯ୍ୟରେ ପାଞ୍ଚ ଜଣ ସିଭିଲ ଡିଫେନ୍ସ ର ସ୍ବେଛାସେବୀ ଯୋଗଦେଇଥିବାବେଳେ ଅଗ୍ନିଶମ ବିଭାଗ ସହଯୋଗ କରିଥିବା ଦେଖାଯାଇଥିଲା ।

କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details