ଓଡିଶା

odisha

ଆଞ୍ଚଳିକ ଭାଷାର ଗ୍ରହଣଶୀଳତା ହିନ୍ଦୀ ଭାଷାକୁ କରିଛି ଆକର୍ଷଣୀୟ

ବିଶ୍ବର ସର୍ବାଧିକ କଥିତ ଭାଷାର ତାଲିକାରେ ହିନ୍ଦୀ ଚତୁର୍ଥ ସ୍ଥାନରେ ରହିଛି । ତେଣୁ ହିନ୍ଦୀ ଭାଷାରେ ଲିଖିତ ଶତାଧିକ ଗଳ୍ପ, କବିତା ଓ ଉପନ୍ୟାସକୁ ଓଡ଼ିଆରେ ଅନୁବାଦ କରିଥିବା ଲେଖକ ବିଜୟ କୁମାର ପ୍ରଧାନ କହିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Sep 14, 2020, 8:20 PM IST

Published : Sep 14, 2020, 8:20 PM IST

ଆଞ୍ଚଳିକ ଭାଷାର ଗ୍ରହଣଶୀଳତା ହିନ୍ଦୀ ଭାଷାକୁ କରିଛି ଆକର୍ଷଣୀୟ
ଆଞ୍ଚଳିକ ଭାଷାର ଗ୍ରହଣଶୀଳତା ହିନ୍ଦୀ ଭାଷାକୁ କରିଛି ଆକର୍ଷଣୀୟ

କୋରାପୁଟ: ବିଶ୍ବର ସର୍ବାଧିକ କଥିତ ଭାଷାର ତାଲିକାରେ ହିନ୍ଦୀ ଚତୁର୍ଥ ସ୍ଥାନରେ ରହିଛି । ଭାରତ ବର୍ଷରେ ସର୍ବାଧିକ ଲୋକ ବୁଝିପାରୁଥିବା ଭାଷା ମଧ୍ୟରେ ହିନ୍ଦୀ ଭାଷା ପରିଗଣିତ ହେଉଛି । ତେଣୁ ହିନ୍ଦୀ ଭାଷାରେ ଲିଖିତ ଶତାଧିକ ଗଳ୍ପ, କବିତା ଓ ଉପନ୍ୟାସକୁ ଓଡ଼ିଆରେ ଅନୁବାଦ କରିଥିବା ଲେଖକ ବିଜୟ କୁମାର ପ୍ରଧାନ କହିଛନ୍ତି ।

ଆଞ୍ଚଳିକ ଭାଷାର ଗ୍ରହଣଶୀଳତା ହିନ୍ଦୀ ଭାଷାକୁ କରିଛି ଆକର୍ଷଣୀୟ

ବିଭିନ୍ନ ରାଜ୍ୟରେ ହିନ୍ଦୀ ଭାଷାର ଲେଖକ ଓ କବିଙ୍କ କୃତିକୁ ଦେଖିଲେ ସେମାନଙ୍କ ନିଜସ୍ୱ ଅଞ୍ଚଳର ଲୋକଙ୍କ କଥିତ ଭାଷାର ପ୍ରଭାବ ସେମାନଙ୍କ କୃତିରେ ଦେଖାଯାଏ । ହିନ୍ଦୀ ଭାଷାରେ ପାଠକ ଏହି ପ୍ରଭାବକୁ ସ୍ୱୀକାର କରିଥିବା ଯୋଗୁଁ ବିଶ୍ୱରେ ଏହାର ଆଦର ବଢିଛି । ଭାରତ ବର୍ଷରେ ହିନ୍ଦୀ ଭାଷାକୁ ରାଜଭାଷାର ମାନ୍ୟତା ଦେବା ସହ 1949 ମସିହାରୁ ପ୍ରତିବର୍ଷ ସେପ୍ଟେମ୍ବର 14 ତାରିଖକୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଉଛି ।

ଏହି ଭାଷାକୁ ଜାଣିବା ଦ୍ୱାରା ଯେକେହି ଭାରତବର୍ଷର ଯେକୌଣସି ସ୍ଥାନକୁ ଯିବାରେ ଅସୁବିଧା ହେବ ନାହିଁ ବୋଲି ଲେଖକ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details