ଓଡିଶା

odisha

ETV Bharat / state

କୋରାପୁଟରେ ହେବ କି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ? - କୋରାପୁଟ ଖବର

ଜାତୀୟ ମାନବାଧିକାର କମିଶନ ବା NHRCରୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଆସିଥିବା ଚିଠି କୋରାପୁଟ ଅଞ୍ଚଳରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦିଗରେ ନୂତନ ଆଶା ସଞ୍ଚାର କରିଛି ।

ଫାଇଲ ଫଟୋ

By

Published : Sep 11, 2019, 7:56 PM IST

କୋରାପୁଟ: ଜାତୀୟ ମାନବାଧିକାର କମିଶନ ବା NHRCରୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଆସିଥିବା ଚିଠି କୋରାପୁଟ ଅଞ୍ଚଳରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦିଗରେ ନୂତନ ଆଶା ସଞ୍ଚାର କରିଛି । ଏକଥା କହିଛନ୍ତି ଏନଏଚଆରସି ନିକଟରେ ଅଭିଯୋଗ ଉପସ୍ଥାପନ କରିଥିବା ଜୟପୁରର ବରିଷ୍ଠ ଓକିଲ ଅନୁପ କୁମାର ପାତ୍ର।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ସ୍ଥାପନା ଦାବି କରି ଏହି ଅଞ୍ଚଳର ସମସ୍ତ କୋର୍ଟରେ ଓକିଲମାନେ ଆନ୍ଦୋଳନ କରୁଥିବା ଯୋଗୁଁ ସାଧାରଣ ଲୋକ ଆଇନ ସେବା ପାଇବାରୁ ବଞ୍ଚିତ ହେଉଥିବା ସହିତ ଓକିଲ ମାନଙ୍କ ଜୀବନ ଜୀବିକାକୁ ବିଶେଷ ଭାବେ ପ୍ରଭାବିତ କରିଛି ।

ଏହାକୁ ଦୃଷ୍ଟିରେ ରଖି ଓକିଲଙ୍କ ଯଥାର୍ଥ ଦାବି ପ୍ରତି ସରକାରଙ୍କ ଅଣଦେଖା ଓ ଟାଳଟୁଳ ନୀତି ଯୋଗୁଁ ମାନବ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ କରି ଓକିଲ ଅନୁପ ପାତ୍ର ଏନଏଚଆରସିକୁ ଏକ ପତ୍ର ଲେଖିଥିଲେ ।

ତାଙ୍କ ଅଭିଯୋଗକୁ ଗ୍ରହଣ କରି ଏନଏଚଆରସି ଗତକାଲି ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଏ ସଂକ୍ରାନ୍ତରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହା କୋରାପୁଟ ଅଞ୍ଚଳରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବା ପାଇଁ ହେଉଥିବା ଦାବିକୁ ଆହୁରି ଅଧିକ ବଳ ଯୋଗାଇଦେବ ବୋଲି ଆଶାପୋଷଣ ହୋଇଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details