ଓଡିଶା

odisha

ETV Bharat / state

ସହାୟତା କେନ୍ଦ୍ରରେ ଅସହାୟ ମଣିଷ, ରକ୍ତ ଠୁ ନିବିଡ଼ ଶ୍ରେୟା, ଲକ୍ଷ୍ମୀ ଓ ଦେବକୀ ସମ୍ପର୍କ - koraput

ସମ୍ପର୍କ କେତେବେଳେ ଦୂର ଦିଗବଳୟର ସୀମା ସେପଟର ବିସ୍ତୀର୍ଣ୍ଣ ଜଳରାଶି ପରି ତ, କେବେ ସୁଦୀର୍ଘ ମରୁଭୂମିର ସୁବର୍ଣ୍ଣ ବାଲି କଣିକା ପରି । ଏମାନେ ପରିଚିତ ଲୋକଙ୍କ ପାଇଁ ପରିତ୍ୟକ୍ତା ପାଲଟିବା ପରେ କୋରାପୁଟର ଏକତା ସଂଗଠନ ଦ୍ବାରା ପରିଚାଳିତ ଦିବ୍ୟାଙ୍ଗ ସହାୟତା କେନ୍ଦ୍ରରେ ଜୀବନ ଅତିବାହିତ କରୁଛନ୍ତି । ଅଧିକ ପଢନ୍ତୁ..

helpless-people-blood-soaked-shreya-lakshmi-and-devaki-at-the-help-center
helpless-people-blood-soaked-shreya-lakshmi-and-devaki-at-the-help-center

By

Published : Jun 15, 2020, 11:03 PM IST

କୋରାପୁଟ: ସମ୍ପର୍କ ଏମିତି ଏକ ଶବ୍ଦ । ଯାହା କେଉଁଠି, କେତେବେଳେ ଆଉ କେଉଁ ସମୟରେ ବି ଗଢି ଉଠିଥାଏ । କେତେବେଳେ ଦୂର ଦିଗବଳୟର ସୀମା ସେପଟର ବିସ୍ତୀର୍ଣ୍ଣ ଜଳରାଶି ପରି ତ, କେବେ ସୁଦୀର୍ଘ ମରୁଭୂମିର ସୁବର୍ଣ୍ଣ ବାଲି କଣିକା ପରି । ପୁଣି ଆଉ କେବେ କେବେ ସମ୍ପର୍କର ଏହି ଅଦୃଶ୍ୟ ସୂତା ଖିଅକୁ ସାଇତି ରଖିବାରେ ଅନେକ ହୁଅନ୍ତି ଅସମର୍ଥ । କିନ୍ତୁ ଆମେ ଆପଣଙ୍କୁ ଯେଉଁ ସମ୍ପର୍କ ଦେଖାଇବୁ, ନା ସେ କେଉଁ ରକ୍ତର ନା ପରିଚୟର । ନିଜର ରକ୍ତ ସେମାନଙ୍କୁ କରିଛି ପର ହେଲେ ସେଇ ପର ସାଜିଥିବା କେଇଟି ମଣିଷଙ୍କ ମଧ୍ୟରେ ଗଢି ଉଠିଛି ସମ୍ପର୍କ ଆତ୍ମୀୟତା, ବନ୍ଧୁତ୍ବ ଆଉ ଭଲ ପାଇବାର । ସେଇ ନିଆରା ସମ୍ପର୍କର ନିଛକ ପ୍ରତିଛବୀ ପାଲଟିଥିବା ତିନି ମଣିଷ ହେଉଛନ୍ତି ଶ୍ରେୟା , ଲକ୍ଷ୍ମୀ ଓ ଦେବକୀ ।

ସହାୟତା କେନ୍ଦ୍ରରେ ଅସହାୟ ମଣିଷ, ରକ୍ତ ଠୁ ନିବିଡ଼ ଶ୍ରେୟା , ଲକ୍ଷ୍ମୀ ଓ ଦେବକୀ ସମ୍ପର୍କ

ପରିଚିତ ଲୋକଙ୍କ ପାଇଁ ପରିତ୍ୟକ୍ତା ପାଲଟିବା ପରେ କୋରାପୁଟର ଏକତା ସଂଗଠନ ଦ୍ବାରା ପରିଚାଳିତ ଦିବ୍ୟାଙ୍ଗ ସହାୟତା କେନ୍ଦ୍ରରେ ଜୀବନ ଅତିବାହିତ କରୁଛନ୍ତି ଏମାନେ । ସନ୍ଦେହି ସ୍ବାମୀର ଦୌରାତ୍ମ୍ୟକୁ ସହ୍ୟ କରିନପାରି ଦେବକୀ ସାହାରା ଖୋଜୁଥିବା ବେଳେ, ମାନସିକ ସନ୍ତୁଳନ ହରାଇବସିଥିବା ଶ୍ରେୟା ସାଜିଛି ଜନ୍ମକଲା ମା- ବାପା ପାଇଁ ଅଦରକାରୀ । ସେପଟେ ପାଗେଳିର ଆଖ୍ୟା ଦେଇ ଲକ୍ଷ୍ମୀକୁ କୈଶୋର ବୟସରେ ପର କରିଦେଇଥିଲେ ପରିବାର । ତଥାପି ଏହି ଦିବ୍ୟାଙ୍ଗ କେନ୍ଦ୍ରରେ ଛୋଟ ଝିଅ ଶ୍ରେୟା ପାଇଁ ଜଣେ ଯଶୋଦା ସାଜିଥିବାବେଳେ ଜଣେ ପାଲଟିଛି ଦେବକୀ । ସଂସ୍ଥାର ସହଯୋଗ ଆଉ ଦେବକୀର ସ୍ନେହରେ ଲକ୍ଷ୍ମୀ ଏବଂ ଶ୍ରେୟାର ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ପରିଲିଖିତ ହେଉଛି । ସେପଟେ ଏହି ତିନିଙ୍କ ସମ୍ପର୍କରେ ଖୁବ ଆନନ୍ଦିତ ଏକତା ସଂଗଠନର ସଂପାଦକ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details