କୋରାପୁଟ:ଆଜି ସମଗ୍ର ଦେଶ ଶିଶୁ ଦିବସ ମହାସମାରୋହରେ ପାଳନ କରୁଥିବା ବେଳେ କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜଣେ ପନ୍ଦର ବର୍ଷର ଛାତ୍ରୀ ନିଜ ପାଇଁ ତଥା ଛୋଟ ଭାଇ ଭଉଣୀଙ୍କ ପାଇଁ ସହଯୋଗର ହାତ ମାଗିବା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ 3 କୋମଳମତି ପିଲାଙ୍କ ବାପା ମାଆ ତାଙ୍କୁ ଛାଡି ଅନ୍ୟତ୍ର ଚାଲିଯାଇଥିବା ବେଳେ ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି କୋରାପୁଟର ତୁନପାର ଗ୍ରାମର 3 ପିଲା ।
ତେବେ ସହଯୋଗ ହାତ ବଢ଼ାଇଥିବା 15 ବର୍ଷର ଛାତ୍ରୀ ଶ୍ରଦ୍ଧାଞ୍ଜଳି ତୁରୁକଙ୍କ କହିବା ଅନୁଯାୟୀ, ତାଙ୍କ ବାପା ଗତ ଦୁଇ ବର୍ଷ ପୂର୍ବେ ନିଜ ପତ୍ନୀ ଓ ପରିବାରକୁ ଛାଡି ଦେଇ ହାଇଦ୍ରାବାଦ ଚାଲି ଯାଇଥିଲେ । ତାପରେ ତାଙ୍କ ଖୋଜ ଖବର କିଛି ମିଳିନଥିବା ବେଳେ ତାର ଠିକ ବର୍ଷକ ପରେ ମାଆ ମଧ୍ୟ ପିଲାଙ୍କୁ ଘରେ ଛାଡ଼ି ଦେଇ ଚାଲିଯାଇଥିଲେ । ଏକୁଟିଆ 3 ଛୁଆ କିପରି ବଞ୍ଚିବେ ସେନେଇ ସହାୟତା ଲୋଡ଼ିଛନ୍ତି ।
ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ପଞ୍ଚଡା ପଞ୍ଚାୟତ ତୁନପାର ଗ୍ରାମରେ ଶ୍ରଦ୍ଧାଞ୍ଜଳି ତୁରୁକ ସେମାନଙ୍କ 2 ଭାଇଭଉଣୀ ସହ ରୁହନ୍ତି । ତେବେ 2 ବର୍ଷ ତଳେ ତାଙ୍କ ବାପା ନିଜ ପତ୍ନୀ ଓ ପରିବାରକୁ ଛାଡ଼ି ଦେଇ ହାଇଦ୍ରାବାଦ ଚାଲି ଯାଇଥିଲେ । ତାପରେ ତାଙ୍କ ଖୋଜ ଖବର କିଛି ମିଳିନଥିବା ବେଳେ ତାର ଠିକ ବର୍ଷକ ପରେ ମାଆ ମଧ୍ୟ ପିଲାଙ୍କୁ ଘରେ ଛାଡ଼ି ଦେଇ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଚାଲିଯାଇଥିଲେ । ବାପାମାଆଙ୍କ କୌଣସି ଖୋଜଖବର ନଥିବା ବେଳେ 3 ଶିଶୁ ଜେଜେମାଙ୍କୁ ଆଶ୍ରା କରି ବଞ୍ଚି ରହିଛନ୍ତି । ତେବେ ଜେଜେମାଆ ମଧ୍ୟ ବୃଦ୍ଧା ଅବସ୍ଥାରେ ସେମାନଙ୍କୁ ଚଳାଇବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ ।
ଏହାମଧ୍ୟ ପଢନ୍ତୁ..କୁନି ବୟସରେ ଜୀବନ ସହ ସଂର୍ଘଷ, ସରକାରୀ ସହାୟତା ଆଶାରେ ଗାଙ୍ଗୁଲିର ପରିବାର