କୋରାପୁଟ: ଦେଢ ଘଣ୍ଟା ଧରି ତାଣ୍ଡବ ରଚିଛି କାଳବୈଶାଖୀ । ଜାତୀୟ ରାଜପଥ କଡରେ ଥିବା ଶହଶହ ଗଛ ଭାଙ୍ଗିବା ସହ ସହର ଭିତରେ ଥିବା ବିଦ୍ୟୁତ ଖୁଣ୍ଟକୁ ଉପୁଡେଇ ଦେଇଛି ।
ଅପରାହ୍ଣ ଦୁଇଟା ବେଳୁ ସହରରେ ବନ୍ଦ ରହିଛି ବିଦ୍ୟୁତ୍ । ବିଜୁଳି ତାର ଗୁଡିକ ଛିଡି ପଡିଥିବାରୁ ରାତି ତମାମ୍ ଲାଇନ ରହିବ ନାହିଁ ବୋଲି କହିଛନ୍ତି ସାଉଥ-କୋ ଯନ୍ତ୍ରୀ । ଜିଲ୍ଲା ଜରୁରିକାଳୀନ ଅଧିକାରୀ କୁଳମଣି ସାମଲଙ୍କ କହିବାନୁଯାୟୀ ସହରରେ ଦେଢଘଣ୍ଟାର ଧରି ହୋଇଥିବା କାଳବୈଶାଖୀରେ ୩୫ ମିଲିମିଟର ବର୍ଷା ହୋଇଯାଇଛି ।
ଭିଡିଓ ସୌଜନ୍ୟ : ସମ୍ବାଦଦାତା, କୋରାପୁଟ କୁଆପଥର ଓ କାଳବୈଶାଖୀ ବର୍ଷା ଫଳରେ ଜୟପୁରରେ ବିସ୍ଥାପିତ ଭାବରେ ରହୁଥିବା ଲୋକମାନଙ୍କ ଅସ୍ଥାୟୀ ଘର ଗୁଡିକ ଭାଙ୍ଗି ଯାଇଛି । ଏବଂ ଘର ଉପରେ ଗଛ ପଡିଯିବାରୁ ଦୁଇ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ଆସନ୍ତା ଦୁଇଦିନ ମଧ୍ୟରେ ବାତ୍ୟା ଫନି ଓଡିଶାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ବୋଲି ସୂଚନା ଦେଇଛନ୍ତି ଶ୍ରୀ ସାମଲ ।
କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ