କୋରାପୁଟ: ଲଘୁଚାପ ପ୍ରଭାବରେ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ଜାରି ରହିଛି । ତେବେ ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ମାଛକୁଣ୍ଡ ପାୱାର ହାଉସକୁ ଜଳ ଯୋଗାଉଥିବା ଡୁଡୁମା ଡ୍ୟାମର ଆଠଟି ଗେଟ ମଧ୍ୟରୁ ୬, ୭ ଓ ୮ ନମ୍ବର ଫାଟକକୁ ୨ ଫୁଟ ଉଠାଇ ଖୋଲି ଦିଆଯାଇଛି । ଯାହାଫଳରେ ଏହି ଡ୍ୟାମ ମଧ୍ୟରୁ ୬୦୦୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
କୋରାପୁଟରେ ପ୍ରବଳ ବର୍ଷା: ଖୋଲିଲା ଡୁଡୁମା ଡ୍ୟାମର 3 ଗେଟ୍ - 3 gate open in duduma dam
ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ମାଛକୁଣ୍ଡ ପାୱାର ହାଉସକୁ ଜଳ ଯୋଗାଉଥିବା ଡୁଡୁମା ଡ୍ୟାମର ଆଠଟି ଗେଟ ମଧ୍ୟରୁ ୬, ୭ ଓ ୮ ନମ୍ବର ଫାଟକକୁ ୨ ଫୁଟ ଉଠାଇ ଖୋଲି ଦିଆଯାଇଛି । ଯାହାଫଳରେ ଏହି ଡ୍ୟାମ ମଧ୍ୟରୁ ୬୦୦୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
ଡୁଡୁମା ଜଳଭଣ୍ଡାରର ଜଳଧାରଣ କ୍ଷମତା ୨୫୯୦ ଫୁଟ ଥିବାବେଳେ ସୋମବାର ସକାଳେ ଜଳସ୍ତର ୨୫୮୯ ଫୁଟରେ ପହଞ୍ଚିଥିଲା । ଏହା ଦେଖି ଡୁଡୁମା ଜଳଭଣ୍ଡାର ଫାଟକ ଖୋଲି ଦିଆଯାଇଥିଲା । ତେବେ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପକୁ ଜଳ ଯୋଗାଉଥିବା ଜଲାପୁଟ ଡ୍ୟାମରେ ଜଳସ୍ତର ବହୁତ କମ ଥିବା ଯୋଗୁଁ ବର୍ତ୍ତମାନ ବନ୍ଦ ରଖାଯାଇଥିବା ଜଣାପଡିଛି । ଜଳନିଷ୍କାସନ ଫଳରେ କିଛି କ୍ଷୟକ୍ଷତିର ସୂଚନା ନାହିଁ ।
କୋରାପୁଟରୁ ସି ଏଚ୍ ଶାନ୍ତାକାର, ଇଟିଭି ଭାରତ