ଓଡିଶା

odisha

ETV Bharat / state

କୋରାପୁଟରେ ଗଡିଲା ସ୍ବାସ୍ଥ୍ୟ ସଚେତନତା ରଥ - କୋରାପୁଟ ସ୍ୱାସ୍ଥ୍ୟ ସଚେତନତା

କୋରାପୁଟ ଜିଲ୍ଲା ପ୍ରଶାସନ ଓ ସେଭ୍ ଦ ଚିଲଡ୍ରେନ ସ୍ବେଚ୍ଛାସେବୀ ସଙ୍ଗଠନର ମିଳିତ ଉଦ୍ୟମରେ ଜିଲ୍ଲାରେ ଏକ ସ୍ବାସ୍ଥ୍ୟ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଗ୍ରାମୀଣ ଇଲାକାରେ ରଥଟି ଲୋକଙ୍କୁ କୋଭିଡ ସମ୍ପର୍କରେ ସଚେତନ କରିବ । ଅଧିକ ପଢନ୍ତୁ...

କୋରାପୁଟରେ ଗଡିଲା ସ୍ବାସ୍ଥ୍ୟ ସଚେତନତା ରଥ
କୋରାପୁଟରେ ଗଡିଲା ସ୍ବାସ୍ଥ୍ୟ ସଚେତନତା ରଥ

By

Published : Aug 7, 2021, 4:48 PM IST

କୋରାପୁଟ: ଜିଲ୍ଲା ପ୍ରଶାସନ ଏବଂ ସେଭ୍ ଦ ଚିଲଡ୍ରେନ ସ୍ବେଚ୍ଛାସେବୀ ସଙ୍ଗଠନର ମିଳିତ ଉଦ୍ୟମରେ ଶନିବାର କୋରାପୁଟ ଜିଲ୍ଲାରେ ଏକ ସ୍ବାସ୍ଥ୍ୟ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଏହାର ଶୁଭାରମ୍ଭ ହୋଇଛି । ରଥର ଉଦ୍ଦେଶ୍ୟ ବିଭିନ୍ନ ଗ୍ରାମୀଣ ଇଲାକାରେ କୋଭିଡ ସଚେତନତା ସୃଷ୍ଟି କରିବା ସହ ସାବୁନରେ ହାତ ଧୋଇବା ନେଇ ଲୋକଙ୍କୁ ସଚେତନ କରିବା ବୋଲି କହିଛନ୍ତି ସେଭ୍ ଦ ଚିଲଡ୍ରେନର ପ୍ରକଳ୍ପ ନିର୍ଦ୍ଦେଶକ ବିଦ୍ୟାଧର ମେହେର ।

କୋରାପୁଟରେ ଗଡିଲା ସ୍ବାସ୍ଥ୍ୟ ସଚେତନତା ରଥ

ରଥଟି କୋରାପୁଟ ବ୍ଲକର ୧୨୦ଟି ଗ୍ରାମରେ ସଚେତନତା ସୃଷ୍ଟି କରିବ । ସ୍ବାସ୍ଥ୍ୟ ସମ୍ପର୍କିତ ଦିଗ ଗୁଡିକ ଉପରେ ଏହା ଲୋକଙ୍କୁ ବୁଝାଇବା ସହ ଗ୍ରାମବାସୀଙ୍କ ପାଇଁ କୋଭିଡ ସଂକ୍ରାନ୍ତରେ ତଥ୍ୟ ପ୍ରଦାନକାରୀ କୋଭିଡ ବାଣୀର ଟୋଲ ଫ୍ରି ନମ୍ବର ବାବଦରେ ଜଣାଇବ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details