ଓଡିଶା

odisha

ETV Bharat / state

କୋଟିଆ ସମସ୍ୟା ସମାଧାନ ପାଇଁ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କୁ ଝୁରିଲେ ନେତା, କୋରାପୁଟରେ ଉନ୍ମୋଚିତ ହେଲା ମୂର୍ତ୍ତି - Harishchandra baxipatra statue unveiled

ଅବିଭକ୍ତ କୋରାପୁଟ ଜିଲ୍ଲାର ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ରାଜନେତା ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି । ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଭଳି ନେତା ଥିଲେ କୋଟିଆ ସମସ୍ୟାର ସମାଧାନ ସହଜ ହୋଇଥାନ୍ତା ବୋଲି ମତ ପ୍ରକାଶ କରିଛନ୍ତି ତାଙ୍କ ଭଲ ପାଉଥିବା ନେତା । ଅଧିକ ପଢନ୍ତୁ

Harishchandra baxipatra statue unveiled
ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଭଳି ନେତା ଥିଲେ ସହଜ ହୋଇଥାନ୍ତା କୋଟିଆ ସମସ୍ୟା ସମାଧାନ

By

Published : Nov 28, 2021, 7:02 AM IST

Updated : Nov 29, 2021, 5:43 PM IST

କୋରାପୁଟ: ସହରରେ ଉନ୍ମୋଚନ ହୋଇଛି ଅବିଭକ୍ତ କୋରାପୁଟ ଜିଲ୍ଲାର ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ରାଜନେତା ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦିବଂଗତ ନେତାଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । ତାଙ୍କର ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ଦଳମତ ନିର୍ବିଶେଷରେ ସମସ୍ତ ଦଳର ନେତା ଓ ତାଙ୍କର ନୀତି ଆଦର୍ଶକୁ ଭଲ ପାଉଥିବା ନେତା ଯୋଗ ଦେଇଥିଲେ।

କୋଟିଆ ସମସ୍ୟା ସମାଧାନ ପାଇଁ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କୁ ଝୁରିଲେ ନେତା, କୋରାପୁଟରେ ଉନ୍ମୋଚିତ ହେଲା ମୂର୍ତ୍ତି

ଓଡିଶା ରାଜନୀତିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃ୍ଷ୍ଟି କରିଥିଲେ ସ୍ବର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ର । ବିଶେଷ କରି ଅବିଭକ୍ତ କୋରାପୁଟ ପ୍ରତି ଥିବା ତାଙ୍କର ଅବଦାନକୁ ମନେ ପକାଇଛନ୍ତି ତାଙ୍କ ସହିତ କାର୍ଯ୍ୟ କରିଥିବା ନେତା ଏବଂ କର୍ମୀ । ଆଜି ଓଡିଶାର ସୀମା ଯେଭଳି ଭାବରେ ଅବହେଳିତ ରହିଛି ଏବଂ ଅନ୍ୟ ରାଜ୍ୟର ଲୋଲୁପ ଦୃଷ୍ଟି ପଡୁଛି ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ସୀମା ଆନ୍ଦୋଳନ କଥା ମନେପକାଉଛନ୍ତି। ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଭଳି ନେତାଟିଏ ଥିଲେ କୋଟିଆ ସମସ୍ୟାର ସମାଧାନ ସହଜ ହୋଇଥାନ୍ତା ବୋଲି ନବରଙ୍ଗପୁରର ବରିଷ୍ଠ ନେତା ଜୟଦେବ ପରିଡା ମତ ରଖିଛନ୍ତି । ଦିବଂଗତ ନେତାଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନରେ କୋରାପୁଟ , ନବରଙ୍ଗପୁର , ମାଲକାନଗିରି ଓ ରାୟଗଡା ଜିଲ୍ଲାର ବହୁ ରାଜନୈତିକ ନେତୃବୃନ୍ଦଙ୍କ ସମେତ ବକ୍ସିପାତ୍ରଙ୍କୁ ଭଲପାଉଥିବା ଅନେକ ବ୍ୟକ୍ତି ଏହି ଉତ୍ସବରେ ଯୋଗଦେଇଥିଲେ । ପ୍ରତିମୂର୍ତ୍ତି ଉନ୍ମୋଚିତ ହେବା ପରେ ଆୟୋଜିତ ସ୍ମୃତିସଭାରେ ବକ୍ସିପାତ୍ରଙ୍କ ବ୍ୟକ୍ତିତ୍ବ , ରାଜନୈତିକ ଧାରା ଓ କୋରାପୁଟ ଜିଲ୍ଲା ପ୍ରତି ତାଙ୍କ ଅବଦାନ ସମ୍ପର୍କରେ ସମସ୍ତେ ଆଲୋକପାତ କରିଥିଲେ ।

ରାଜ୍ୟର ଅନ୍ୟ ପ୍ରାନ୍ତରେ ରାଜନୈତିକ ଦଳ ଗୁଡିକ ପରସ୍ପର ଉପରକୁ ଆକ୍ରମଣ କରୁଥିବା ବେଳେ ଆଜି ଏହି ସ୍ମୃତି ସଭାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ରାଜନୈତିକ ନେତୃବୃନ୍ଦ ସମସ୍ତ ଦଳୀୟ ବିଭେଦତାକୁ ପଛରେ ପକାଇଛି । ଦଳୀୟ ନିର୍ବିଶେଷରେ ଏକାଠି ହେବା ବକ୍ସିପାତ୍ରଙ୍କ ବ୍ୟକ୍ତିତ୍ବର ପରିଚୟ ଦେଇଛି ବୋଲି ତାଙ୍କ ଶୁଭେଚ୍ଛୁ ମତବ୍ୟକ୍ତ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପୁଅ ତଥା ବିଜେପି ନେତା ଭୃଗୁ ବକ୍ସିପାତ୍ର, ନବରଙ୍ଗପୁରର ବରିଷ୍ଠ ନେତା ଜୟଦେବ ପରିଡା,ବିଜେପି ନେତା ଜୟରାମ ପାଙ୍ଗୀ , କଂଗ୍ରେସ ନେତା ଜଗନ୍ନାଥ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

Last Updated : Nov 29, 2021, 5:43 PM IST

ABOUT THE AUTHOR

...view details