କୋରାପୁଟ: କୋଭିଡ କଟକଣାର ପ୍ରଭାବ ଓଡ଼ିଆ ନବବର୍ଷ ତଥା ହନୁମାନ ଜୟନ୍ତୀ ପାଳନ ଉପରେ ପଡିଛି । ପ୍ରତିବର୍ଷ ହଜାର ହଜାର ଭକ୍ତଙ୍କ ଗହଣରେ ଡୁମୁରିପୁଟସ୍ଥିତ ଓଡ଼ିଶାର ସର୍ବବୃହତ ଯୋଗମୁଦ୍ରାରେ ଆସୀନ ହନୁମାନଙ୍କ ପ୍ରତିମା ଥିବା ଶ୍ରୀରାମ ମନ୍ଦିରରେ ଉତ୍ସବ ପାଳନ କରାଯାଉଥିବାବେଳେ ଚଳିତ ବର୍ଷ କିନ୍ତୁ ସବୁ ଖାଁ ଖାଁ । ଚଳିତ ବର୍ଷର କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବ୍ୟାପକ ଆୟୋଜନ ପରିବର୍ତ୍ତେ ନିରାଡ଼ମ୍ବର ଭାବେ ଉଭୟ ପଣା ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି ।
କୋରୋନା କଟକଣା, ନିରାଡମ୍ବର ଭାବେ ପାଳିତ ହେଲା ହନୁମାନ ଜୟନ୍ତୀ - hanuman jayanti
କୋଭିଡ କଟକଣା ପାଇଁ ଫିକା ପଡିଲା କୋରାପୁଟର ହନୁମାନ ଜୟନ୍ତୀ । ଅଧିକ ପଢନ୍ତୁ....
କୋରୋନା କଟକଣା, ନିରାଡମ୍ବର ଭାବେ ପାଳିତ ହେଲା ହନୁମାନ ଜୟନ୍ତୀକୋରୋନା କଟକଣା, ନିରାଡମ୍ବର ଭାବେ ପାଳିତ ହେଲା ହନୁମାନ ଜୟନ୍ତୀ
କୋରୋନା କଟକଣା, ନିରାଡମ୍ବର ଭାବେ ପାଳିତ ହେଲା ହନୁମାନ ଜୟନ୍ତୀକୋରୋନା କଟକଣା, ନିରାଡମ୍ବର ଭାବେ ପାଳିତ ହେଲା ହନୁମାନ ଜୟନ୍ତୀ
ଗତବର୍ଷ ଏହି ସମୟରେ କୋଭିଡ଼ ଲକଡାଉନ ଲାଗୁ ହୋଇଯାଇଥିବା ଯୋଗୁଁ ନାମମାତ୍ର କିଛି ଭକ୍ତଙ୍କୁ ନେଇ ପରମ୍ପରାକୁ ବଜାୟ ରଖିବା ପାଇଁ ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଚଳିତ ବର୍ଷ କୋଭିଡ଼ କଟକଣା ପାଳନ ପୂର୍ବକ ଭକ୍ତଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଇଥିବା ମନ୍ଦିରର କର୍ମକର୍ତ୍ତା କହିଛନ୍ତି । ପ୍ରବଳ ଗହଳି ହୋଇନଥିଲେ ହେଁ ମାସ୍କ ଲଗାଇ , ହାତ ସାନିଟାଇଜ୍ କରି ଭକ୍ତମାନେ ମହାବୀର ଓ ଶ୍ରୀରାମଙ୍କ ଦର୍ଶନ କରି ଦିବ୍ୟ ଆନନ୍ଦର ଅଧିକାରୀ ହୋଇଥିବା ଭକ୍ତ ପ୍ରକାଶ କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ