କୋରାପୁଟ: ରାଜ୍ୟସ୍ତରୀୟ ଆଦିବାସୀ ମହୋତ୍ସବ ପରବର ଦ୍ଵିତୀୟ ସନ୍ଧ୍ୟାରେ ପଦ୍ମଶ୍ରୀ ହଳଧର ନାଗ ସମ୍ମାନିତ ହୋଇଛନ୍ତି । ପରବ ତାର ୨୪ ତମ ସୋପାନରେ ପହଞ୍ଚି ପାରିଛି, ଯାହା ଏହି ଅଞ୍ଚଳର କଳା ଓ ସଂସ୍କୃତି ପ୍ରତି ଅଞ୍ଚଳବାସୀଙ୍କ ଶ୍ରଦ୍ଧାର ପରିଚୟ ଦିଏ ବୋଲି ସେ ମତ ରଖିଛନ୍ତି ।
ପରବର ଦ୍ଵିତୀୟ ସନ୍ଧ୍ୟାରେ ପଦ୍ମଶ୍ରୀ ହଳଧର ନାଗ ସମ୍ମାନିତ - Haladhar Nag being felicitated
ରାଜ୍ୟସ୍ତରୀୟ ଆଦିବାସୀ ମହୋତ୍ସବ ପରବର ଦ୍ଵିତୀୟ ସନ୍ଧ୍ୟାରେ ପଦ୍ମଶ୍ରୀ ହଳଧର ନାଗ ସମ୍ମାନିତ ହୋଇଛନ୍ତି ।
ପରବର ଦ୍ଵିତୀୟ ସନ୍ଧ୍ୟାରେ ପଦ୍ମଶ୍ରୀ ହଳଧର ନାଗ ସମ୍ମାନିତ
ଆଗକୁ ଏହି ଉତ୍ସବ ଆହୁରୀ ଅନେକ ଖ୍ୟାତି ଅର୍ଜନ କରିବା ସହ ବିଶ୍ବ ଦରବାରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିବ ବୋଲି ସେ ଆଶାପୋଷଣ କରିଛନ୍ତି । ଆସନ୍ତାବର୍ଷ 'ପରବ ମହୋତ୍ସବ'ର ୨୫ ବର୍ଷ ପୂର୍ତ୍ତି ହେଉଥିବା ଯୋଗୁଁ ପରବ-୨୦୨୦ ଜାତୀୟ ସ୍ତରରେ ଚହଳ ପକାଇଲା ଭଳି ପାଳନ କରାଯିବ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ