କୋରାପୁଟ: ଜିଲ୍ଲାରେ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଛି । ପାରମ୍ପରିକ ନୃତ୍ୟ, ବାଦ୍ୟ ଓ ସଂଗୀତରେ ମଧ୍ୟରେ ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ କରାଯାଇଛି । ରାୟଗଡା ଜିଲ୍ଲା ଭ୍ରମଣ କରି ଟ୍ରଫି କୋରାପୁଟ ଜିଲ୍ଲାରେ ପହଞ୍ଚିବା ପରେ ଲକ୍ଷ୍ମୀପୁର ଓ ପୋଡାଗଡ ପରେ କୋରାପୁଟ ସହରରେ ଜିଲ୍ଲା ପ୍ରଶାସନ ତରଫରୁ ଟ୍ରଫିକୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।
ସହର ମଧ୍ୟରେ ଜଗନ୍ନାଥ ମନ୍ଦିର ଛକ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରାରେ ବାଦ୍ୟ ନୃତ୍ୟ ସହ ଆତସବାଜୀରେ ହକି ବିଶ୍ବକପ ଟ୍ରଫିକୁ ଅଣାଯାଇଥିଲା । ପରେ ଜଗନ୍ନାଥ ମନ୍ଦିର ପାଖରେ ଜିଲ୍ଲାପାଳ ଅବଦଲ ଏମ ଅଖତରଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହକି ବିଶ୍ୱକପକୁ ସଂପର୍କରେ ସନ୍ଦେଶ ବାର୍ତ୍ତା ଭିଡିଓ ମାଧ୍ୟମରେ ପ୍ଲେ କରାଯାଇଥିଲା । କୋରାପୁଟ ଜନତା, କ୍ରୀଡାବିତ ଓ ଯୁବବର୍ଗମାନେ ଅଧିକ ସଂଖ୍ୟାରେ ଏହି ଟ୍ରଫିକୁ ଭବ୍ୟ ସ୍ୱାଗତ କରିଥିବାରୁ ଜିଲ୍ଲାପାଳ ଅବଦଲ ଏମ ଅଖତର ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ ।