ଓଡିଶା

odisha

ETV Bharat / state

ଫେଲ ମାରିଲା ସରକାରୀ ଯୋଜନା, ପାହାଡ ଚିରି ପାଣି ଆଣିଲେ ଗ୍ରାମବାସୀ - ପିଣ୍ଡିକି ମାଳିଗୁଡା

ନିଜସ୍ବ ଉଦ୍ୟମରେ ପାହାଡରୁ ପାଣି ଆଣି ଚାଷ କାର୍ଯ୍ୟ କରୁଛନ୍ତି ମାଳିଗୁଡା ଗ୍ରାମବାସୀ । ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଚାଷ କରୁଛନ୍ତି । ସରକାର କୃଷି କାର୍ଯ୍ଯ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଥିଲେ ମଧ୍ୟ ଆଜି ଏମାନଙ୍କ ପାଖରେ ଅପହଞ୍ଚ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,କୋରାପୁଟ

By

Published : Sep 6, 2019, 8:37 PM IST

କୋରାପୁଟ: ପାହାଡ଼ ଉପରୁ କେଉଁ ଆବାହମାନ କାଳରୁ ପାଣି ବୋହି ଯାଉଥିଲା । କିନ୍ତୁ ପ୍ରଖର ସ୍ରୋତରେ ବହି ଯାଉଥିବା ଝରଣାର ଜଳକୁ ବାନ୍ଧି ରଖି ଚାଷ ଉପଯୋଗୀ କରିବା ସହଜ ନଥିଲା । କୋରାପୁଟ ମୁନିସିପାଲିଟି ଅନ୍ତର୍ଗତ ପିଣ୍ଡିକି ମାଳିଗୁଡାର ଏହି ସମସ୍ୟାକୁ ନେଇ ଗ୍ରାମବାସୀ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ପାଖରେ ପହଞ୍ଚିଥିଲେ ମଧ୍ୟ କୌଣସି ସମାଧାନର ସୂତ୍ର ମିଳିନଥିଲା । ଏହି ଗ୍ରାମର ଗ୍ରାମବାସୀ ମୁକୁନ୍ଦ ନାୟକ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କୋରାପୁଟ

ସମସ୍ତ ସରକାରୀ କାର୍ଯ୍ୟାଳୟରୁ ବିଫଳ ହେବା ପରେ ଗ୍ରାମବାସୀ ଏକାଠି ହୋଇ ନିଜ ମଧ୍ୟରେ ଚାନ୍ଦା କରି ପାହାଡ଼ର ପାଣିକୁ ପାଇପ ଯୋଗେ ଆଣିବା ପାଇଁ ନିଷ୍ପତ୍ତି ନେଲେ । ଗାଁରେ ଏକାଠି ହୋଇଥିବା ଅର୍ଥ ସହିତ ଆଉ କିଛି ଋଣ ଆକାରରେ ଆଣି ୧ ଲକ୍ଷ ୮୦ ହଜାର ବ୍ୟୟରେ ୩୬ ଟି ପାଇପ ଆଣିଲେ ଗ୍ରାମବାସୀ । ଗୋଟେ ପରେ ଆଉ ଗୋଟାଏ ପାଇପକୁ ଯୋଡି ପାହାଡ଼ ଉପରୁ ପାଣିକୁ କ୍ଷେତ ମଧ୍ୟକୁ ଆଣିବାରେ ସକ୍ଷମ ହୋଇଛନ୍ତି ଗ୍ରାମବାସୀ । ଏହି ପାଣିରେ ସେମାନେ ବିଭିନ୍ନ ପ୍ରକାରର ଫଳ ପନିପରିବା ଚାଷ କରୁଛନ୍ତି ।

କୌଣସି ସରକାରୀ ଯୋଜନାର ସହଯୋଗ ପାଇ ନଥିବାର ଦୁଃଖ ଅନୁଭବ ହୋଇଥିଲେ ମଧ୍ଯ ଗାଁ ମୁଣ୍ଡରେ ଫୁଟିଥିବା ଫୁଲ ଏବଂ ବର୍ଷତମାମ ଫଳୁଥିବା ପନିପରିବା ଓ ଶସ୍ୟକୁ ଦେଖି ଗ୍ରାମବାସୀଙ୍କ ଆନନ୍ଦ ବୃଦ୍ଧିପାଇଛି ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details