ଓଡିଶା

odisha

ETV Bharat / state

କୋରାପୁଟ କଫି ସହ ସରିଲା ରାଜ୍ୟପାଳଙ୍କ ତିନି ଜିଲ୍ଲା ଗସ୍ତ

କୋରାପୁଟ କଫିର ପ୍ରଦର୍ଶନ ସହିତ ରାଜ୍ୟପାଳଙ୍କ ତିନୋଟି ଜିଲ୍ଲା ଗସ୍ତ ମଙ୍ଗଳବାର ଅପରାହ୍ନରେ ସମାପ୍ତ ହୋଇଛି । ଗତ ସୋମବାର ଠାରୁ ରାଜ୍ୟପାଳ 2ଟି ଜିଲ୍ଲା ଗସ୍ତ କରିବା ପରେ ମଙ୍ଗଳବାର କୋରାପୁଟ ଜିଲ୍ଲା ଗସ୍ତ କରିଥିଲେ ।

କୋରାପୁଟ କଫି ସହିତ ସରିଲା ରାଜ୍ୟପାଳଙ୍କ ତିନୋଟି ଜିଲ୍ଲା ଗସ୍ତ

By

Published : Oct 22, 2019, 6:55 PM IST

କୋରାପୁଟ: ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଥିଲେ ରାଜ୍ୟପାଳ ଫ୍ରଫେସର ଗଣେଶୀ ଲାଲ । ଗତ ସୋମବାର ଠାରୁ ରାଜ୍ୟପାଳ ମାଲକାନଗିରି, ନବରଙ୍ଗପୁର ଜିଲ୍ଲା ଗସ୍ତ କରିବା ପରେ ମଙ୍ଗଳବାର କୋରାପୁଟ ଗସ୍ତରେ ଆସିଥିଲେ । ଏହି ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

କୋରାପୁଟ କଫି ସହିତ ସରିଲା ରାଜ୍ୟପାଳଙ୍କ ତିନୋଟି ଜିଲ୍ଲା ଗସ୍ତ

ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନସାଧାରଣ ଓ ପିଲାଙ୍କ ମଧ୍ୟରେ ନୂତନ ଆଶାର ସଞ୍ଚାର କରିବା ବୋଲି କୋରାପୁଟ ଗସ୍ତ ଅବସରରେ କହିଛନ୍ତି ରାଜ୍ୟପାଳ । ସକାରାତ୍ମକ ଉଦ୍ୟମ କଲେ ସବୁକିଛି ସମ୍ଭବ, ସେହି ବିଶ୍ବାସ ଜାଗ୍ରତ କରାଇବା ପାଇଁ ଉଦ୍ଦିଷ୍ଟ ଥିବା ତାଙ୍କ ଏହି ଯାତ୍ରା ସଫଳ ହୋଇଥିବା ସେ କହିଛନ୍ତି ।

ଏହି ଅବସରରେ କୋରାପୁଟର କଫି ଉତ୍ପାଦନ ଠାରୁ ଆରମ୍ଭ କରି ପ୍ରକ୍ରିୟାକରଣ ତଥା ତାକୁ ନେଇ ଆଦିବାସୀଙ୍କ ସ୍ଵଚ୍ଛଳ ଅର୍ଥନୈତିକ ଅବସ୍ଥା ସୃଷ୍ଟି କରିବା ଉଦ୍ଦେଶ୍ୟରେ କରାଯାଉଥିବା ବ୍ୟବସ୍ଥାର ସଫଳ କାହାଣୀ ପ୍ରଦର୍ଶିତ କରାଯାଇଥିଲା । ତେବେ କଫି ଚାଷୀ କିପରି ପରିଶ୍ରମର ଉଚିତ୍‌ ମୂଲ୍ୟ ପାଇବେ ସେ ଦିଗରେ ପ୍ରଶାସନ ପ୍ରାଥମିକତା ଦେବା ଦରକାର ବୋଲି ରାଜ୍ୟପାଳ କହିଥିଲେ ।

ଏହାସହ କୋରାପୁଟରେ କଫି ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲା ଖଣିଜ ପାଣ୍ଠିର ବ୍ୟବହାରକୁ ନେଇ ରାଜ୍ୟପାଳ ସତର୍କ ଘଣ୍ଟି ବଜାଇଛନ୍ତି । ପ୍ରତିଦିନ ତାଙ୍କ କାର୍ଯ୍ୟାଳୟକୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜିଲ୍ଲା ଖଣିଜ ପାଣ୍ଠିର ଦୁରୂପଯୋଗ ନେଇ ଅଭିଯୋଗ ଆସୁଛି । ତେଣୁ ଏହି ପାଣ୍ଠିର ବ୍ୟବହାର କରାଯିବାବେଳେ ଚରମ ସତର୍କତା ଅବଲମ୍ବନ କରିବା ଦରକାର ବୋଲି ସେ ମତ ରଖିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details