ଓଡିଶା

odisha

ETV Bharat / state

ଚାଷ ପାଇଁ ନିଶା, କୋରାପୁଟ ମାଟିରେ ଷ୍ଟ୍ରବେରୀ ଫଳାଇଲେ କାଳୁ - ସରକାରୀ କର୍ମଚାରୀ

କୋରୋପୁଟ ଜିଲ୍ଲା ପ୍ରଶାସନର ଜଣେ ସରକାରୀ କର୍ମଚାରୀ ସଫଳ ଷ୍ଟ୍ରବେରୀ ଚାଷୀ ଭାବରେ ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି । ଅଧିକ ପଢନ୍ତୁ...

ୁ
ଷ୍ଟ୍ରବେରୀ ଚାଷୀ କାଳୁ ଚରଣ

By

Published : Mar 10, 2021, 1:28 PM IST

Updated : Mar 10, 2021, 1:38 PM IST

କୋରାପୁଟ: ସଫଳ ଷ୍ଟ୍ରବେରୀ ଚାଷୀ ଭାବେ ଏବେ ଚର୍ଚ୍ଚାରେ ସରକାରୀ କର୍ମଚାରୀ । ଜିଲ୍ଲା ପ୍ରଶାସନରେ ସରକାରୀ ଗାଡି ଚାଳକ ଭାବେ କାର୍ଯ୍ୟ କରୁଥିବା କାଳୁ ଚରଣ ଜେନା ବର୍ତ୍ତମାନ ଜଣେ ସଫଳ ଷ୍ଟ୍ରବେରୀ ଚାଷୀ ହୋଇଛନ୍ତି ।

ଗୋଟିଏ ସମୟରେ ତାଙ୍କ ହାତରେ ଜଣେ ଷ୍ଟ୍ରବେରୀ ଗଛଟିଏ ଧରାଇ ଦେଇଥିଲେ । ସେହି ଦିନଠୁ ସେ ସେହି ଗଛର ଯତ୍ନ ନେଇଥିଲେ । ଏହାର ବଂଶ ବିସ୍ତାର କରାଇବା ସହିତ ସଫଳତାର ସହିତ ଗଛରେ ଫଳ ଫଳାଇଛନ୍ତି କାଳୁ ଚରଣ ଜେନା । ଗଛରେ ଫଳ ଫଳାଇବା ପର୍ଯ୍ୟନ୍ତ ତାଙ୍କ ଏକ ନିଶା ହୋଇଯାଇଥିଲା ।

ଷ୍ଟ୍ରବେରୀ ଚାଷ

ଗୋଟିଏ ଗଛକୁ ନେଇ ଆରମ୍ଭ ହୋଇଥିବା ଷ୍ଟ୍ରବେରୀ ଚାଷ ଆଜି ଏକ ଛୋଟ ଷ୍ଟ୍ରବେରୀ ବଗିଚାରେ ପରିଣତ ହୋଇଛି । ଗଛ ଲଗାଇବାର ତିନି ମାସ ସମୟ ମଧ୍ୟରେ କୋରାପୁଟ ଭଳି ଶୀତଳ ଜଳବାୟୁର ପରିବେଶ ପାଇ ସରକାରୀ କ୍ବାର୍ଟରର ବାଡିପଟେ ଗଛ ଗୁଡିକ ମଧ୍ୟ ଝୁମି ଉଠିଛନ୍ତି । ଅସଜଡା ଭୂଇଁ ଉପରେ ହୋଇଥିବା ସଫଳ ପ୍ରୟାସ କୋରାପୁଟ ଜିଲ୍ଲାରେ ଷ୍ଟ୍ରବେରୀ ଚାଷ ହୋଇପାରିବା ନେଇ ବ୍ୟାପକ ସମ୍ଭାବନା ସୃଷ୍ଟି କରିଛି ବୋଲି କୃଷି ବିଜ୍ଞାନୀ ଛାତ୍ର ତଥା କାଳୁ ଜେନାଙ୍କ ପୁଅ ଆକାଶ ଜେନା ।

ବର୍ତ୍ତମାନ ସହରର ବିଭିନ୍ନ ସ୍ଥାନରେ ଷ୍ଟ୍ରବେରୀର ଚାରା ସହଜରେ ଉପଲବ୍ଧ ହେଲାଣି । ଏହି ଚାଷ ଜସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ପଟ୍ଟାଙ୍ଗି ସ୍ଥିତ ଉଚ୍ଚ ପତ୍ତନ କୃଷି ଗବେଷଣା କେନ୍ଦ୍ରର ନିର୍ଦେଶକ ପର୍ଶୁରାମ ସିଆଲ କହିଛନ୍ତି ।

କୋରାପୁଟରୁ ସି .ଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Mar 10, 2021, 1:38 PM IST

ABOUT THE AUTHOR

...view details