ଓଡିଶା

odisha

By

Published : Jan 14, 2022, 9:16 PM IST

ETV Bharat / state

ଲଷ୍ମୀପୁର SBI ଶାଖାରୁ ଲୁଟି ନେଲେ 1.6 KG ସୁନା

ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଲୁଟପାଟ । କୋରାପୁଟ ଜିଲ୍ଲା ଲଷ୍ମୀପୁର ଏସବିଆଇ ଶାଖା (SBI BRANCH )ରୁ ୧୬୦୦ଗ୍ରାମ ସୁନା ଚୋରି ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ଲଷ୍ମୀପୁର ଏସବିଆଇ ଶାଖାରୁ ସୁନା ଚୋରି
ଲଷ୍ମୀପୁର ଏସବିଆଇ ଶାଖାରୁ ସୁନା ଚୋରି

କୋରାପୁଟ:ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଲୁଟପାଟ । କୋରାପୁଟ ଜିଲ୍ଲା ଲଷ୍ମୀପୁର ଏସବିଆଇ ଶାଖା (SBI BRANCH ) ରୁ ୧୬୦୦ଗ୍ରାମ ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ବ୍ୟାଙ୍କର ଶାଖା ପରିଚାଳକ ଆଜି (ଶୁକ୍ରବାର) ଲଷ୍ମୀପୁର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଲଷ୍ମୀପୁର ଏସବିଆଇ ଶାଖାରୁ ସୁନା ଚୋରି

ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ତେବେ କିପରି ସୁନା ଏକାସାଙ୍ଗରେ ଚୋରୀ ହୋଇଛି । ସେ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯାଇ ନାହିଁ। ତଦନ୍ତ ଜାରି ରହିଥିବା କହିଛନ୍ତି ଲଷ୍ମୀପୁର ଏସଡିପିଏ ଅଶ୍ୱିନ କୁମାର ନାୟକ ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details