କୋରାପୁଟ:ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ ଭର୍ତ୍ତି ଟ୍ୟାଙ୍କର । ଜିଲ୍ଲାର ସୁଙ୍କି-ପଟାଙ୍ଗି ଜାତୀୟ ରାଜପଥରେ ଓଲଟିପଡିଛି ଏହି ଟ୍ୟାଙ୍କର । ଘାଟି ରାସ୍ତାର ରାଜୁଗୁଡା ନିକଟରେ ଟ୍ୟାଙ୍କରଟି ଓଲଟି ପଡିଛି । ଫଳରେ କୋରାପୁଟ ବିଶାଖାପାଟଣା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ଏନେଇ ଗ୍ୟାସ ଲିକେଜ ହେବାର ଭୟ ଦେଖାଦେଇଥିବା ଯୋଗୁଁ ଦୁର୍ଘଟଣା ଗ୍ରସ୍ତ ଟ୍ୟାଙ୍କରଟିକୁ ସୁରକ୍ଷିତ ଭାବେ ହଟାଇବାକୁ ଉଦ୍ୟମ କରୁଛି ପଟାଙ୍ଗି ପୋଲିସ ଓ ଅଗ୍ନିଶମ ବାହିନୀ । ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି । ଗ୍ୟାସ ଲିକ୍ ହେଉଥୁବାରୁ ଅଘଟଣକୁ ରୋକିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଲଗାତର ଭାବେ ଟ୍ୟାଙ୍କର ଉପରେ ପାଣି ସ୍ପ୍ରେ କରାଯାଉଛି ।