କୋରାପୁଟ: ଜୟପୁର ପୋଲିସକୁ ବଡ ସଫଳତା । ଅଦା ବୋଝେଇ ଟ୍ରକରେ କୋରାପୁଟ ଜିଲ୍ଲାରୁ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ୧ ଟନ ୧ କେଜି ଗଞ୍ଜେଇ ଜବତ କଲା ଜୟପୁର ପୋଲିସ । ଜବତ ଗଞ୍ଜଇର ଆନୁମାନିକ ବଜାର ମୂଲ୍ୟ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।
ଅଦା ବୋଝେଇ ଟ୍ରକରେ ପଞ୍ଜାବକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଜୟପୁର ସଦର ପୋଲିସ ଜୟପୁର ଘାଟି ନିକଟରେ ଚଢାଉ କରିଥିଲା । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ କାବୁ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ପଞ୍ଜାବର ଅମିରିନ୍ଦର ସିଂ ଏବଂ ସେ ଗାଡିର ମାଲିକ ତଥା ଡ୍ରାଇଭର ବୋଲି ପୋଲିସ ସୂଚନା ଦେଇଛନ୍ତି ।