କୋରାପୁଟ: ଶୁକ୍ରବାର ଜୟପୁର ପୋଲିସ ଦ୍ୱାରା ପ୍ରାୟ 40 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ବୈପାରିଗୁଡା ଅଞ୍ଚଳରୁ ଆସୁଥିବା ଏକ ଟ୍ରକକୁ ଅଟକାଇ ଯାଞ୍ଚ କରାଯିବା ପରେ ସେଥିରୁ 76ଟି ଅଖାରେ ଭର୍ତ୍ତି ହୋଇଥିବା 741 କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି ।
40 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଜୟପୁର ପୋଲିସ - ଜୟପୁର ପୋଲିସ
ଶୁକ୍ରବାର ଜୟପୁର ପୋଲିସ ଦ୍ୱାରା ପ୍ରାୟ 40 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ଅଧିକ ପଢନ୍ତୁ...
![40 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଜୟପୁର ପୋଲିସ ଜୟପୁର ପୋଲିସ ଦ୍ୱାରା 40 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ](https://etvbharatimages.akamaized.net/etvbharat/prod-images/768-512-8506517-566-8506517-1598016284718.jpg)
ଜୟପୁର ପୋଲିସ ଦ୍ୱାରା 40 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ପୋଲିସ ଟ୍ରକକୁ ଜବତ କରିବା ସହ ହରିୟାଣାର ଚାରିଜଣ ବ୍ୟକ୍ତି ଅଜିତ କୁମାର, ଧରମବୀର , ହରି ଓମ ଏବଂ ଶ୍ରବଣଙ୍କୁ ଗିରଫ କରାଯାଇଛି । ଗିରଫ କରାଯାଇଥିବା ନେଇ ଜୟପୁର ସଦର ଥାନା ଅଧିକାରୀ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ