ଓଡିଶା

odisha

ETV Bharat / state

1750 କେଜି ଗଞ୍ଜେଇ ଜବତ, 25 ଗିରଫ - ଗଞ୍ଜେଇ ଜବତ

କୋରାପୁଟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ 1750 କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଏହା ସହ ଚୋରା କାରବାରରେ ସଂପୃକ୍ତ ରହିଥିବା 25 ଜଣଙ୍କୁ ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ...

କୋରାପୁଟର ବିଭିନ୍ନ ସ୍ଥାନରୁ 1750 କିଗ୍ରା ଗଞ୍ଜେଇ ଜବତ, 25 ଗିରଫ
କୋରାପୁଟର ବିଭିନ୍ନ ସ୍ଥାନରୁ 1750 କିଗ୍ରା ଗଞ୍ଜେଇ ଜବତ, 25 ଗିରଫ

By

Published : Jun 25, 2020, 6:31 PM IST

କୋରାପୁଟ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ 1750 କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଏହା ସହ ଚୋରା କାରବାରରେ ସଂପୃକ୍ତ ରହିଥିବା 25 ଜଣଙ୍କୁ ପୋଲିସ ଗିରଫ କରିଛି । ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ସୂଚନା ପ୍ରଦାନ କରିଛନ୍ତି ।

କୋରାପୁଟର ବିଭିନ୍ନ ସ୍ଥାନରୁ 1750 କିଗ୍ରା ଗଞ୍ଜେଇ ଜବତ, 25 ଗିରଫ

ଗୁରୁବାର ଜିଲ୍ଲାର ବିଭିନ୍ନ ଥାନା ଅଧୀନରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଚଢାଉରେ 10ଟି ଗାଡିରେ ଚାଲାଣ ହେଉଥିବା ପ୍ରାୟ 1750 କିଲୋ ଗଞ୍ଜେଇ ଜବତ କରାଯାଇଛି ବୋଲି ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ସୂଚନା ଦେଇଛନ୍ତି ।

ଗତ ଦଶମାସ ମଧ୍ୟରେ ଜିଲ୍ଲାରେ ପୋଲିସ ଦ୍ୱାରା 550 ଏକର ଜମିରେ ରହିଥିବା 19 ହଜାର ଗଞ୍ଜେଇ ଗଛ ନଷ୍ଟ କରାଯିବା ସହ ଚୋରା ଚାଲାଣ କରାଯାଉଥିବା 57 ଲକ୍ଷ ଟଙ୍କାର 25 ହଜାର କିଲୋ ଗଞ୍ଜେଇ ଜବତ କରିବାରେ ସମର୍ଥ ହୋଇଥିବା ସେ ପ୍ରକାଶ କରିଛନ୍ତି । 10 ମାସ ମଧ୍ୟରେ ମୋଟ 203 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ 112ଟି ଗଞ୍ଜେଇ ବୋଝେଇ ହୋଇଥିବା ଗାଡି ଜବତ ହୋଇଛି ।

ଗୁରୁବାର ଗିରଫ ହୋଇଥିବା 25 ଜଣଙ୍କ ମଧ୍ୟରେ ସଂଗ୍ରାହକ, ମଧ୍ୟସ୍ଥି ଓ ବ୍ୟବସାୟୀ ରହିଛନ୍ତି । ଯାହା କୋରାପୁଟ ଜିଲ୍ଲା ଇତିହାସରେ ପ୍ରଥମ ଥର ପାଇଁ ସମ୍ଭବ ହୋଇଛି ବୋଲି ଆରକ୍ଷୀ ଅଧିକ୍ଷକ ଭାମୁ ଜଣାଇଛନ୍ତି । ସେ ଏହି ସଫଳତାର ଶ୍ରେୟ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ପୋଲିସ କର୍ମକର୍ତ୍ତାଙ୍କୁ ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details