ଓଡିଶା

odisha

By

Published : Dec 2, 2020, 8:02 PM IST

Updated : Dec 2, 2020, 8:45 PM IST

ETV Bharat / state

ଜଳିଲା 12 କୋଟି ଟଙ୍କାର ଗଞ୍ଜେଇ

କୋରୋପୁଟ ନନ୍ଦପୁର ବ୍ଲକରେ ଜୋରସୋର ଗଞ୍ଜେଇ ଗଛ ନଷ୍ଟ ଅଭିଯାନ । ଆଜି ପୁଣି ପୋଲିସ ଏବଂ ଅବକାରୀ ବିଭାଗ ଅଧିକାରୀଙ୍କ ମିଳିତ ଚଢାଉରେ12 କୋଟି 36 ଲକ୍ଷ ଟଙ୍କାର ଗଞ୍ଜେଇ ନଷ୍ଟ କରାଯାଇଛି । ଅଧିକ ପଢନ୍ତୁ..

12 କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
12 କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

କୋରାପୁଟ:ନନ୍ଦପୁର ବ୍ଲକ ଅନ୍ତର୍ଗତ ଅତଣ୍ଡା ଓ ବନୁର ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗ ଅଧିକାରୀଙ୍କ ମିଳିତ ଚଢାଉରେ 103 ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି ।

ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ 12 କୋଟି 36 ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଆକଳନ କରିଛି । ଗତ 21 ତାରିଖରେ ମଧ୍ୟ ନନ୍ଦପୁର ବ୍ଲକର ତାପଗଣ୍ଡା ଗ୍ରାମରେ 15 ଏକର ଓ ଗୋଡିପୁଟ ଗ୍ରାମରେ 25 ଏକର ଜାଗାରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ପୋଲିସ ଓ ଅବକାରୀ ବିଭାଗର ଅଧିକାରୀ ନଷ୍ଟ କରିଥିଲେ ।

ଜଳିଲା 12 କୋଟି ଟଙ୍କାର ଗଞ୍ଜେଇ

ଏଭଳି ଗଞ୍ଜେଇ ଗଛ ନଷ୍ଟ ଅଭିଯାନ ଜାରି ରଖି ଜିଲ୍ଲାରେ ପୋଲିସ ଓ ଅବକାରୀ ବିଭାଗ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Dec 2, 2020, 8:45 PM IST

ABOUT THE AUTHOR

...view details