କୋରାପୁଟ: ଜୟପୁର ସଦର ଥାନା ଅଞ୍ଚଳରେ ନାଇଟ କର୍ଫ୍ୟୁ ସମୟରେ ପଦ୍ମପୁର ଜଙ୍ଗଲ ମଧ୍ୟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଅଚାନକ ଚଢାଉ କରି ୨୧ଜଣ ଜୁଆଡିଆଙ୍କୁ ଧରିବାରେ ସକ୍ଷମ ହୋଇଛି । ସଦର ଥାନା ଅଧିକାରୀ ଆଦିତ୍ୟ ମହାଙ୍କୁଡଙ୍କ ନେତୃତ୍ବରେ ଚଢାଉ କରିଥଲା ଏହି ଟିମ୍ ।
ନାଇଟ କର୍ଫ୍ୟୁ ସମୟରେ ଜୁଆଖେଳ ପଡିଲା ମହଙ୍ଗ।, 21 ଗିରଫ - ଜୟପୁର ସଦର ଥାନା
ଜୟପୁର ସଦର ଥାନା ଅଞ୍ଚଳରେ ନାଇଟ କର୍ଫ୍ୟୁ ସମୟରେ ପଦ୍ମପୁର ଜଙ୍ଗଲ ମଧ୍ୟରେ ଜୁଆ ଆଡ୍ଡା । ପୋଲିସର ଚଢାଉ । ୨୧ ଗିରଫ । ଅଧିକ ପଢନ୍ତୁ...
ନାଇଟ କର୍ଫ୍ୟୁ ସମୟରେ ଜୁଆଖେଳ ପଡିଲା ମହଙ୍ଗ।, 21 ଗିରଫ
ନାଇଟ କର୍ଫ୍ୟୁ ସମୟରେ ଜୁଆଖେଳ ପଡିଲା ମହଙ୍ଗ।, 21 ଗିରଫ
ଘଟଣାସ୍ଥଳରୁ ନଗଦ ୭୦ ହଜାର ଟଙ୍କା, ୧୩ ଟି ମୋବାଇଲ ଏବଂ ୧୨ଟି ବାଇକ କୁ ଜବତ କରିଛି ପୋଲିସ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଅଛି । ଗିରଫ ଜୁଆଡିଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରା ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ