ଓଡିଶା

odisha

By

Published : Jan 26, 2020, 9:40 AM IST

ETV Bharat / state

ଖତ ଖାଉଛି ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି

ଶିଳ୍ପୀର କର୍ମଶାଳାରେ ଦୀର୍ଘ 5 ବର୍ଷ ହେଲା ପଡିରହିଛି ସ୍ବାଧୀନତା ସଂଗ୍ରେମୀ ଭଗବାନ ଖେମୁଣ୍ଡୁଙ୍କ ପ୍ରତିମୂର୍ତ୍ତି ।

Freedom fighter bhagaban
ଖତ ଖାଉଛି ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି

କୋରାପୁଟ: ଶିଳ୍ପୀର କର୍ମଶାଳାରେ ଦୀର୍ଘ 5 ବର୍ଷ ହେଲା ପଡିରହିଛି ସ୍ବାଧୀନତା ସଂଗ୍ରେମୀଙ୍କ ପ୍ରତିମୂର୍ତ୍ତି । ଏ ହେଉଛନ୍ତି ଆଦିବାସୀ ଅଞ୍ଚଳର ସ୍ବାଧୀନତା ସଂଗ୍ରାମୀ ଭଗବାନ ଖେମୁଣ୍ଡୁ । ପଟ୍ଟାଙ୍ଗୀରେ ମୂର୍ତ୍ତି ସ୍ଥାପନା କରିବା ପାଇଁ ତତ୍କାଳୀନ ବିଧାୟକ ବରାଦ କରିଥିଲେ ସତ, ହେଲେ ତା ପରଠୁ ଆଉ ନେବା ପାଇଁ ଆସୁ ନଥିବା ଶିଳ୍ପୀ ଜଣାଇଛନ୍ତି ।

ଖତ ଖାଉଛି ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି

ଅପରପକ୍ଷରେ ଅଭାବ ଅସୁବିଧାରେ ନନ୍ଦପୁର ବ୍ଲକ ଅନ୍ତର୍ଗତ ଖେମୁଣ୍ଡୁଗୁଡା ଗ୍ରାମରେ ଦିନ କାଟୁଥିବା ଭଗବାନଙ୍କ ଉତ୍ତରାଧିକାରୀ ପ୍ରତିମୂର୍ତ୍ତିକୁ ଶିଳ୍ପୀଙ୍କ ପାଖରୁ ମୁକୁଳାଇବା ପାଇଁ ସରକାରଙ୍କ କୃପାଦୃଷ୍ଟିର ଅପେକ୍ଷାରେ ରହିଛନ୍ତି । ପରିବାରର ଅନୁରୋଧ କ୍ରମେ ତିନି ବର୍ଷ ପୂର୍ବେ ନନ୍ଦପୁର ବ୍ଲକରେ ଭଗବାନଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରିବା ପାଇଁ ଏକ ବଜେଟ ପ୍ରସ୍ତୁତ ହେଲା । କିନ୍ତୁ ତାହା କେବଳ କାଗଜ କଲମରେ ରହିଯାଇଥିବା ଭଗବାନଙ୍କ ନାତି ନକୁଳ ଖେମୁଣ୍ଡୁ କ୍ଷୋଭ ପ୍ରକାଶ କରିଛନ୍ତି ।
ତେବେ ବର୍ତ୍ତମାନ ପୁଣିଥରେ ଏ ସଂକ୍ରାନ୍ତରେ ଯୋଜନା ପ୍ରସ୍ତୁତ ହୋଇ କାଗଜ କାମ ଆରମ୍ଭ କରାଯାଇ ଡିଆରଡିଏ ପ୍ରକଳ୍ପ ଅଧିକାରୀଙ୍କୁ ପତ୍ର ଦିଆଯାଇଛି ବୋଲି କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ଜଣାଇଛନ୍ତି ।


କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details