ଓଡିଶା

odisha

ETV Bharat / state

ଚାକିରି ଆଶାରେ ଠକାମିର ଶିକାର ହେଲେ ଆଦିବାସୀ ଯୁବକ - ଯୁବକ ଠକାମିର ଶିକାର ଖବର

ଚାକିରି ପାଇବା ଆଶାରେ ଠକାମିର ଶିକାର ହେଲେ କୋରାପୁଟ ଜିଲ୍ଲାର ଜଣେ ଆଦିବାସୀ ଯୁବକ । ଅଧିକ ପଢନ୍ତୁ

ଚାକିରି ଆଶାରେ ଠକାମିର ଶିକାର ହେଲେ ଜଣେ ଆଦିବାସୀ ଯୁବକ
ଚାକିରି ଆଶାରେ ଠକାମିର ଶିକାର ହେଲେ ଜଣେ ଆଦିବାସୀ ଯୁବକ

By

Published : Mar 12, 2022, 8:37 AM IST

କୋରାପୁଟ: ଚାକିରି ପାଇବା ଆଶାରେ ଠକାମିର ଶିକାର ହେଲେ କୋରାପୁଟ ଜିଲ୍ଲାର ଜଣେ ଆଦିବାସୀ ଯୁବକ । ତାପସ ଦାସ ନାମକ ଜନୈକ ବ୍ୟକ୍ତି ନିଜକୁ ବଲାଙ୍ଗୀର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଜଣେ ଅଫିସର ବୋଲି ପରିଚୟ ଦେଇ କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଅନ୍ତର୍ଗତ ଦେଉଳଗୁଡ଼ା ଗ୍ରାମର ବାବୁଲା ପୂଜାରୀଙ୍କୁ ଫୋନ୍ କରି ସେ ବ୍ୟାଙ୍କରେ ଚାକିରି ପାଇଛନ୍ତି ବୋଲି କହିଥିଲେ । କିଛିଦିନ ପରେ ପୋଷ୍ଟ ଯୋଗେ ତାଙ୍କୁ କାଶିପୁର ବ୍ୟାଙ୍କରେ ନିଯୁକ୍ତି ମିଳିଥିବା ପତ୍ର ମଧ୍ୟ ପହଞ୍ଚିଥିଲା । ପୂଜାରୀ ଆଗରୁ ବ୍ରହ୍ମପୁର ଯାଇ ଏକ ବ୍ୟାଙ୍କ୍ ପରୀକ୍ଷା ଦେଇଥିବା ଯୋଗୁଁ ଏହା ସେହି ପରୀକ୍ଷାର ଫଳାଫଳ ଭାବି ତାପସ ଦାସଙ୍କ କହିବା ମୁତାବକ ପ୍ରଥମେ ନିଜ ଇ-ମେଲ ଠିକଣା ଦେବା ସହ କାଶିପୁର ପରିବର୍ତ୍ତେ ନନ୍ଦପୁର ବ୍ୟାଙ୍କରେ ନିଯୁକ୍ତି ପାଇବା ପାଇଁ ପର୍ଯ୍ୟାୟ କ୍ରମେ ୧.୩ ଲକ୍ଷ ଟଙ୍କା ତାଙ୍କୁ ପଠାଇଥିଲେ ।

ଚାକିରି ଆଶାରେ ଠକାମିର ଶିକାର ହେଲେ ଜଣେ ଆଦିବାସୀ ଯୁବକ

ତା’ର କିଛିଦିନ ପରେ ନନ୍ଦପୁର ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଯୋଗ ଦେବା ପାଇଁ ତାପସ ଦାସ ନିର୍ଦ୍ଦେଶ ଦେବା ପରେ ପୋଷ୍ଟରେ ପାଇଥିବା ନିଯୁକ୍ତି ପତ୍ରକୁ ନେଇ ପୂଜାରୀ ଯେତେବେଳେ ନନ୍ଦପୁରରେ ବ୍ୟାଙ୍କ ଶାଖାରେ ପହଞ୍ଚିଲେ, ସେତିକିବେଳେ ତାଙ୍କ ନିଯୁକ୍ତି ପତ୍ର ଯେ ନକଲି, ସେକଥା ଜାଣିପାରିଥିଲେ । ବାପା ମା’ଙ୍କୁ ପିଲାଟିବେଳୁ ହରାଇ ବସିଥିବା ବାବୁଲାଙ୍କ ପାଇଁ ଏପରି ଏକ ଠକାମୀର ଶିକାର ହେବା ତାଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି ।

ସାଙ୍ଗ ସାଥିଙ୍କ ଠାରୁ ଧାର ଉଧାର କରି ଟଙ୍କା ଯୋଗାଡ କରିଥିବା ବାବୁଲା ବର୍ତ୍ତମାନ କୋରାପୁଟ ଜିଲ୍ଲା ସାଇବର ସେଲରେ ଅଭିଯୋଗ କରିଛନ୍ତି । ତେବେ ଠକାମୀର ଶିକାର ହୋଇ ହରାଇ ବସିଥିବା ଟଙ୍କା ଫେରିନପାଇଲେ ସାଙ୍ଗସାଥୀଙ୍କୁ କିପରି ଧାରରେ ନେଇଥିବା ଟଙ୍କା ଫେରାଇବେ ସେନେଇ ତାଙ୍କୁ ଚିନ୍ତା ଘାରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details