କୋରାପୁଟ: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କୋରୋନା ମହାମାରୀ । ପ୍ରତିଦିନ ଅଧିକାଂଶ ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଯାଉଛି । ଶୁକ୍ରବାର କୋରାପୁଟ ଜିଲ୍ଲାରେ 4ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 2ଜଣ ଶିଶୁ ରହିଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି ।
କୋରୋପୁଟରେ କୋରୋନା ଆକ୍ରାନ୍ତ ବୃଦ୍ଧି ଚିହ୍ନଟ ହୋଇଥିବା କୋରୋା ପଜେଟିଭଙ୍କ ମଧ୍ୟରେ ସୁନାବେଡାର ଜଣେ 12 ଓ 9ବର୍ଷର ଦୁଇଜଣ ଶିଶୁ ଥିବାବେଳେ ବୈପାରିଗୁଡା ଥାନାର ଜନୈକ ପୋଲିସ କର୍ମଚାରୀ ଓ ଡାକ୍ତରଖାନାର ସ୍ବାସ୍ଥ୍ୟକର୍ମୀ ମଧ୍ୟ ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ରାଜ୍ୟର କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ ତାଲିକାରେ କୋରାପୁଟରୁ 5ଜଣ ସଂକ୍ରମିତ ହୋଇଥିବା କୁହାଯାଉ ଥିବାବବେଳେ ସେହି 5ମ ବ୍ୟକ୍ତି ଜଣକ ବହୁଦିନ ପୂର୍ବରୁ କୋରାପୁଟରୁ ଭୁବନେଶ୍ବର ଚାଲିଯାଇ ବର୍ତମାନ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜିଲ୍ଲାପାଳ ଶ୍ରୀ ମିଶ୍ର ସ୍ପଷ୍ଟ କରିଛନ୍ତି ।
ଏତଦ ବ୍ୟତୀତ ଓଡ଼ିଶାର ଯେଉଁ ଜିଲ୍ଲା ଗୁଡିକରେ 500 ରୁ ଉର୍ଦ୍ଧ୍ବ କୋରୋନା ଆକ୍ଟିଭ କେସ ରହିଥିବେ, ସେସବୁ ଜିଲ୍ଲାକୁ ଯିବା ଓ ଆସିବାରେ କଟକଣା ଲଗାଯିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ