ଓଡିଶା

odisha

ETV Bharat / state

ପୂର୍ବତନ ଛାତ୍ରଙ୍କ ପ୍ରୟାସ, ବିଦ୍ୟାଳୟ ପରିସରରେ ପ୍ରତିଷ୍ଠା ହେବ ସୌର ଶକ୍ତି ଓ ପବନ ଶକ୍ତି ଉତ୍ପାଦନ କେନ୍ଦ୍ର

ବିଦ୍ୟାଳୟ ପାଇଁ 5 ଲକ୍ଷ ଟଙ୍କା ବିନିଯୋଗରେ ସୌର ଶକ୍ତି ଓ ପବନ ଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନ । 2 କିଲୋୱାଟର ଶକ୍ତି ହେବ ଉତ୍ପନ୍ନ । ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 10, 2023, 9:17 PM IST

Updated : Sep 11, 2023, 8:10 AM IST

ସୁନାବେଡା ସ୍ଥିତ ଏରୋନଟିକ୍ସ ଡିଏଭି  ଉଚ୍ଚ ବିଦ୍ୟାଳୟ
ସୁନାବେଡା ସ୍ଥିତ ଏରୋନଟିକ୍ସ ଡିଏଭି ଉଚ୍ଚ ବିଦ୍ୟାଳୟ

ଏରୋନଟିକ୍ସ ଡିଏଭି ଉଚ୍ଚ ବିଦ୍ୟାଳୟରେ ସ୍ଥାପନ ହେବ ଶକ୍ତି ଉତ୍ପାଦନ କେନ୍ଦ୍ର

କୋରାପୁଟ: ସ୍କୁଲ୍‌ର ବିଦ୍ୟୁତ ଆବଶ୍ୟକତା ପୂରଣ କରିବ ସୌର ଶକ୍ତି ଓ ପବନ ଶକ୍ତି ଉତ୍ପାଦନ କେନ୍ଦ୍ର । ଏହି କେନ୍ଦ୍ର ଆଉ କେଉଁଠି ନୁହେଁ ବରଂ ବିଦ୍ୟାଳୟ ପରିସରରେ ହିଁ ପ୍ରତିଷ୍ଠା ହେବ । ଏଭଳି ଏକ ଉପଲବ୍ଧିର ମୁକ ସାକ୍ଷୀ ହେବାକୁ ଯାଉଛି କୋରାପୁଟ ସୁନାବେଡ଼ା ସ୍ଥିତ ପ୍ରତିଷ୍ଠିତ ବିଦ୍ୟାଳୟ ଏରୋନୋଟିକ୍ସ ଡିଏଭି ଉଚ୍ଚ ବିଦ୍ୟାଳୟ । ଜଣେ ପୂର୍ବତନ ଛାତ୍ର ଶିବାନନ୍ଦ ବେହେରା ସ୍କୁଲ୍‌ର ବିଦ୍ୟୁତ ଆବଶ୍ୟକତା ପୂରଣ କରିବାକୁ ଆଗେଇ ଆସିଛନ୍ତି । ଶିବାନନ୍ଦଙ୍କ ଏଭଳି ସଦିଚ୍ଛାକୁ ଦୃଢ଼ ସମର୍ଥନ କରିଛି ସେ କାର୍ଯ୍ୟରତ ଥିବା ଏକ କମ୍ପାନୀ । ଯେଉଁ କମ୍ପାନୀର ମାଲିକ ନୃସିଂହ ଚରଣ ବେହେରା ମଧ୍ୟ ଜଣେ ସୁନାବେଡ଼ା ଅଧିବାସୀ । ବର୍ତ୍ତମାନ ବିଶ୍ବସ୍ତରରେ ଏକ କମ୍ପାନୀ ପ୍ରତିଷ୍ଠା କରି ସୁନାମ ଅର୍ଜନ କରିଛନ୍ତି । ଆଉ ଏବେ ସୁନାବେଡ଼ା ପାଇଁ କିଛି କରିବାର ଆଗ୍ରହ ଏଭଳି ଏକ ଉପଲବ୍ଧି ହାସଲ କରିବା ପାଇଁ ପ୍ରେରଣା ଯୋଗାଇଛି।

ସୁନାବେଡା ସ୍ଥିତ ଏରୋନଟିକ୍ସ ଡିଏଭି(ଏଡିଏଭି) ଉଚ୍ଚ ବିଦ୍ୟାଳୟର ଛାତ୍ର ଶିବାନନ୍ଦ ବେହେରା । 2007 ମସିହାରେ ସେ ସ୍କୁଲ୍‌ରୁ ପାସ୍‌ ହୋଇଥିଲେ। ସେହି ସମୟରୁ ସେ ନିଜ ବିଦ୍ୟାଳୟ ପାଇଁ କିଛି କରିବାର ସଂକଳ୍ପ ନେଇଥିଲେ । ପାଠପଢା ସମ୍ପନ୍ନ ହେବା ପରେ ସେ ସୌର ଓ ପବନ ଶକ୍ତି ଉତ୍ପାଦନ କରୁଥିବା ଜାତୀୟ ଓ ଅନ୍ତର୍ଜାତିୟ ସ୍ତରରେ ଖ୍ଯାତି ଅର୍ଜନ କରିଥିବା କମ୍ପାନୀରେ ଯୋଗ ଦେଇଥିଲେ । ତାଙ୍କ କାର୍ଯ୍ୟକୁ ଦେଖି କମ୍ପାନୀର ମାଲିକ ନୃସଂହ ଖୁସି ହେବା ସହ ତାଙ୍କ ସ୍ବପ୍ନ ବାବଦରେ ପଚାରିଥିଲେ । ଶିବାନନ୍ଦ ନିଜ ସ୍କୁଲ ପାଇଁ ଏକ ସୌର ଶକ୍ତି ଓ ପବନ ଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନ କରି ବିଦ୍ୟାଳୟର ବିଜୁଳି ଆବଶ୍ୟକତାକୁ ପୂରଣ କରିବା ନେଇ ଇଚ୍ଛା ପ୍ରକଟ କରିଥିଲେ । ତେବେ ଏବି ସ୍ବପ୍ନ ବିଷୟରେ ଜାଣିବା ପରେ ତାଙ୍କୁ ସହଯୋଗର ହାତ ବଢାଇଛନ୍ତି ନୃସଂହ । ନୃସିଂହ ଚରଣଙ୍କ ସହଯୋଗ ପାଇ ଶିବାନନ୍ଦ 5ଲକ୍ଷ ବ୍ୟୟ ଅଟକଳରେ ଏକ ସୌର ଶକ୍ତି ଓ ପବନ ଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବା ପାଇଁ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଭେଟିଥିଲେ । ସ୍କୁଲରେ ପ୍ରଧାନ ଶିକ୍ଷକଙ୍କ ଅନୁମୋଦନ ପରେ ସ୍ଥାନ ନିରୂପଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ..ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି, ଜାଣନ୍ତୁ କେବେ କରିବେ ଫର୍ମ ପୂରଣ

ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମିଶ୍ର କହିଛନ୍ତି, "ଏହି ପ୍ରକଳ୍ପ ଦ୍ବାରା ବିଦ୍ୟାଳୟର ବିଦ୍ୟୁତ ଶକ୍ତି ଆବଶ୍ୟକତା ପୂରଣ ହେବା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ନିର୍ମାଣ କରିବାରେ ସହାୟକ ହେବ । 5 ଲକ୍ଷ ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯାଉଥିବା ଏହି ସୌର ଓ ପବନ ଶକ୍ତି ଉତ୍ପାଦନ ପ୍ରକଳ୍ପରେ 2 କିଲୋୱାଟ୍‌ ଶକ୍ତି ଉତ୍ପାଦିତ ହେବ । ଏହି ପ୍ରକଳ୍ପ ଆସନ୍ତା ଶିଶୁ ଦିବସ ଦିନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଉତ୍ସର୍ଗୀକୃତ ହେବାକୁ ଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏବେଠାରୁ ଆଗ୍ରହ ପରିଲକ୍ଷିତ ହୋଇଛି ।"

ଇଟିଭି ଭାରତ, କୋରାପୁଟ

Last Updated : Sep 11, 2023, 8:10 AM IST

ABOUT THE AUTHOR

...view details