ଓଡିଶା

odisha

By

Published : Sep 10, 2021, 1:25 PM IST

ETV Bharat / state

କୋଟିଆରେ ଆନ୍ଧ୍ରର ତତ୍ପରତା, ଓଡ଼ିଶାର ନିରବତାକୁ ନେଇ ଉଦବେଗ ପ୍ରକାଶ କଲେ ପୂର୍ବତନ ଜିଲ୍ଲାପାଳ

କୋଟିଆ ବିବାଦରେ ପୂର୍ଣ୍ଣଚ୍ଛେଦ ବଦଳରେ ବଢୁଛି କଳି । ଓଡ଼ିଶାର ନିରବତାକୁ ନେଇ ଉଦବେଗ ପ୍ରକାଶ କଲେ ପୂର୍ବତନ ଜିଲ୍ଲାପାଳ । ଅଧିକ ପଢନ୍ତୁ....

କୋଟିଆରେ ଆନ୍ଧ୍ରର ତତ୍ପରତା , ଓଡ଼ିଶାର ନିରବତାକୁ ନେଇ ଉଦବେଗ ପ୍ରକାଶ କଲେ ପୂର୍ବତନ ଜିଲ୍ଲାପାଳ
କୋଟିଆରେ ଆନ୍ଧ୍ରର ତତ୍ପରତା , ଓଡ଼ିଶାର ନିରବତାକୁ ନେଇ ଉଦବେଗ ପ୍ରକାଶ କଲେ ପୂର୍ବତନ ଜିଲ୍ଲାପାଳକୋଟିଆରେ ଆନ୍ଧ୍ରର ତତ୍ପରତା , ଓଡ଼ିଶାର ନିରବତାକୁ ନେଇ ଉଦବେଗ ପ୍ରକାଶ କଲେ ପୂର୍ବତନ ଜିଲ୍ଲାପାଳ

କୋରାପୁଟ:କୋଟିଆ ବିବାଦରେ ପୂର୍ଣ୍ଣଚ୍ଛେଦ ବଦଳରେ ବଢୁଛି କଳି । ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଓ ଆନ୍ଧ୍ର ସରକାରଙ୍କ ସକ୍ରିୟତା ପାଇଁ କୋଟିଆ ପ୍ରସଙ୍ଗ ଆହୁରି ଜଟିଳାତା ଆଡକୁ ଯାଉଛି । ଗତ କିଛିଦିନ ଧରି ଓଡିଶା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀ ଏବଂ ବିଶେଷ କରି ପୋଲିସ ଅଧିକାରୀଙ୍କ ଗସ୍ତ ବଢିବାରେ ଲାଗିଛି ।

କୋଟିଆରେ ଆନ୍ଧ୍ରର ତତ୍ପରତା , ଓଡ଼ିଶାର ନିରବତାକୁ ନେଇ ଉଦବେଗ ପ୍ରକାଶ କଲେ ପୂର୍ବତନ ଜିଲ୍ଲାପାଳ
ଫାଟୁସିନେରୀ, ଫଗୁଣସିନେରୀ ଓ ଧୂଳିପଦରରେ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଠାରୁ ଆରମ୍ଭ କରି, ନେରେଡିବାଲାସାରେ ଆନ୍ଧ୍ର ପ୍ରଶାସନର ବିଭିନ୍ନ ବିଭାଗ ଦ୍ଵାରା ଘନ ଘନ ବୈଠକ ଆୟୋଜନ କରିବା ଘଟଣାକୁ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ଓ ବିଭିନ୍ନ ବର୍ଗର ଲୋକେ ସହଜରେ ଗ୍ରହଣ କରିପାରି ନାହାଁନ୍ତି । କିଛିଦିନ ପୂର୍ବେ ସୁପ୍ରିମକୋର୍ଟ ଦୁଇ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା କରିବା ପାଇଁ ମୌଖିକ ନିର୍ଦେଶ ଦେବା ପରେ ଆନ୍ଧ୍ର ପ୍ରଦେଶ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିବା ଜଣାପଡିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆନ୍ଧ୍ର ସାଲୁର ବିଧାୟକ । କିନ୍ତୁ ଗୋଟିଏ ପଟେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ହେଉଥିବା କହି, ଅନ୍ୟପଟେ ଓଡିଶା ଜମିକୁ କବଜା କରିବାରେ ଲାଗିଛି ଆନ୍ଧ୍ର । କୋଟିଆ ଅଞ୍ଚଳକୁ କିଛିଦିନ ଧରି ବିଜୟନଗରମ ଜିଲ୍ଲାପାଳଙ୍କ ଗସ୍ତ କରି ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରୁଛନ୍ତି । ଏପରିକି ଗାଁ କୁ ଗାଁ ଯାଇ ଲୋକଙ୍କୁ ଅଭୟବାଣୀ ଦେଉଛି । ଏହାବାଦ ସରକାରଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥା କିଭଳି ପହଞ୍ଚି ପାରିବ ସେ ନେଇ ଲୋକଙ୍କ ସହ ଆଲୋଚନା କରୁଛନ୍ତି । ଯାହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା । ଆନ୍ଧ୍ରପ୍ରଦେଶ ପ୍ରଶାସନର ଏପରି ତତ୍ପରତା ବୃଦ୍ଧି ପାଇଥିବା ବେଳେ ଓଡିଶା ସରକାର କୌଣସି ପଦକ୍ଷେପ ନନେଇ ହାତବାନ୍ଧି ବସିଥିବା ସେ ଅଭିଯୋଗ କରିଛନ୍ତି । ବିଶେଷକରି ବିଧାନସଭାରେ କୋଟିଆ ସମ୍ପର୍କରେ ପଦେ କୌଣସି ଆଲୋଚନା ନ ହେବା ପରିତାପର ବିଷୟ ବୋଲି ଗଦାଧର କହିଛନ୍ତି ।


କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details