ଓଡିଶା

odisha

ETV Bharat / state

ବାଟ ହୁଡ଼ୁଛି ସରକାରୀ ନୀତି, ହିତାଧିକାରୀ ହତାଶ - Koraput news

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ 27,911 ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ 3,39,437 ହିତାଧିକାରୀଙ୍କୁ ଖାଉଟି କାର୍ଡ ମିଳିଛି । ହେଲେ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ । ଫଳରେ ଖାଉଟି ଅଧିକାରରୁ ହାତ ଧୋଇ ବସିଛନ୍ତି କୋରାପୁଟ ବ୍ଲକ ମହାଦେଇପୁଟ ପଞ୍ଚାୟତ ଓ ଲିଟିଗୁଡା ଗ୍ରାମବାସୀ ।

ଫଟୋ ସୌଜନ୍ୟ: ସମ୍ୱାଦଦାତା, କୋରାପୁଟ

By

Published : Feb 9, 2019, 8:15 AM IST

ଭିଡିଓ ସୌଜନ୍ୟ: ସମ୍ୱାଦଦାତା, କୋରାପୁଟ
କୋରାପୁଟ: ଗରିବ, ଅସହାୟଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ନିରପତ୍ତା ଅଭିଯାନ କରିଛନ୍ତି । ମାତ୍ର ସରକାରଙ୍କ ଏହି ମହତ ଯୋଜନା କାର୍ଯ୍ୟକାରୀ ହେଉନାହିଁ । ହନ୍ତସନ୍ତ ହେଉଛନ୍ତି ପ୍ରକୃତ ହିତାଧିକାରୀ । କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା(ଏନଏଫଏସଏ) ଓ ରାଜ୍ୟ ସରକାରଙ୍କ ଦ୍ବାରା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା(ଏସଏଫଏସଏସ )ରେ କୋରାପୁଟ ଜିଲ୍ଲାର ଗରିବ ଲୋକଙ୍କୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି ।

ସରକାରୀ ରିପୋର୍ଟ ଅନୁଯାୟୀ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ 27,911 ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ 3,39,437 ହିତାଧିକାରୀଙ୍କୁ ଖାଉଟି କାର୍ଡ ମିଳିଛି । ହେଲେ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ । ଫଳରେ ଖାଉଟି ଅଧିକାରରୁ ହାତ ଧୋଇ ବସିଛନ୍ତି କୋରାପୁଟ ବ୍ଲକ ମହାଦେଇପୁଟ ପଞ୍ଚାୟତ ଓ ଲିଟିଗୁଡା ଗ୍ରାମବାସୀ ।

ପଞ୍ଚାୟତର ଯୋଗାଣ ବ୍ୟବସ୍ଥାକୁ ସୁପରିଚାଳିତ କରିବା ପାଇଁ ଖାଉଟି କାର୍ଡ ଗୁଡିକରେ ବାର କୋଡ଼ ଲଗାଇ ଦିଆଯାଇଛି । କିନ୍ତୁ ଏହି ପଞ୍ଚାୟତରେ ଦିଆଯାଇଥିବା ବାର କୋଡ଼, ରିଡିଙ୍ଗ ମେସିନ ଖରାପ ଥିବା ଯୋଗୁଁ ଏହାକୁ ରିଡର ମାଧ୍ୟମରେ ଲିପିବଦ୍ଧ କରିବା ସମ୍ଭବପର ହେଉନାହିଁ । ତେବେ ଏସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା ପଞ୍ଚାୟତ ଅଧିକାରୀ ସୁରେଶ ପଟ୍ଟନାୟକ କହିଛନ୍ତି ।

ଖାଲି ସେତିକି ନୁହେଁ ଖାଦ୍ୟ ସୁରକ୍ଷା ଯୋଜନାର ଲାଭ ଉଠାଇବା ପାଇଁ ଖାଉଟିକୁ ଖର୍ଚ୍ଚ କରିବାକୁ ପଡୁଛି ଅଧିକ ଟଙ୍କା । କାରଣ, ପଞ୍ଚାୟତରେ ଖୁଚୁରା ଖାଦ୍ୟ ବିତରଣ କେନ୍ଦ୍ରର ଅଭାବ । ଫଳରେ ଗରିବ ହିତାଧିକାରୀ ଅଟୋ ଭଡା ସହ ନିଜର ଗୋଟିଏ ଦିନର ମଜୁରୀ ମଧ୍ୟ ହରାଉଛନ୍ତି । ତେଣୁ ଯେତେ ଦିନ ପର୍ଯ୍ୟନ୍ତ ଗ୍ରାମରେ ଚାଉଳ ବଣ୍ଟା ନଯାଇଛି ସେତେଦିନ ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷା ସେମାନଙ୍କ ପାଇଁ ସ୍ବପ୍ନ ରହିଯିବ ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।

ବାଟମାରଣା ହେଉଥିବା ସରକାରୀ ଯୋଜନା ପ୍ରକୃତ ହିତାଧିକାରୀଙ୍କୁ ମିଳିବ ନା ଏକ ସ୍ବପ୍ନ ହୋଇରହିଯିବ ତାହା କେବଳ ସମୟ ହିଁ କହିବ ।

କୋରପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details