ଓଡିଶା

odisha

ETV Bharat / state

ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ସୁଦୃଢ କରିବ ଆଦିବାସୀଙ୍କ ଆର୍ଥିକ ମାନଦଣ୍ଡ

ରାଜ୍ୟ ମିଲେଟ ମିଶନ ଆନୁକୁଲ୍ୟରେ କୋରାପୁଟ ନିକଟସ୍ଥ ଛାପର ଗ୍ରାମରେ ଆୟୋଜିତ ପାରମ୍ପରିକ ଖାଦ୍ୟ ମହୋତ୍ସବରେ ଲଘୁଜାତ ଶସ୍ୟ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ସୁଆଦିଆ ଖାଦ୍ୟର ପସରା ଖୋଲିଯାଇଛି । ଏହି ପଦକ୍ଷେପ ଆଦିବାସୀ ପରିବାରଗୁଡିକୁ ଏକ ନୂତନ ଆନନ୍ଦ ଆଣିଦେବା ସହିତ ସେମାନଙ୍କ ଭିତରେ ଆର୍ଥିକ ସ୍ଵାଧୀନତାର ସ୍ଵପ୍ନକୁ ଜାଗ୍ରତ କରିଛି । ଅଧିକ ପଢନ୍ତୁ...

By

Published : Mar 13, 2021, 1:06 PM IST

ମାଣ୍ଡିଆରେ ତିଆରି ଖାଦ୍ୟ ସୁଦୃଢ କରିବ ଆଦିବାସୀଙ୍କ ଆର୍ଥିକ ମାନଦଣ୍ଡ
ମାଣ୍ଡିଆରେ ତିଆରି ଖାଦ୍ୟ ସୁଦୃଢ କରିବ ଆଦିବାସୀଙ୍କ ଆର୍ଥିକ ମାନଦଣ୍ଡ

କୋରାପୁଟ: ରାଜ୍ୟ ମିଲେଟ ମିଶନ ଆନୁକୁଲ୍ୟରେ କୋରାପୁଟ ନିକଟସ୍ଥ ଛାପର ଗ୍ରାମରେ ଆୟୋଜିତ ପାରମ୍ପରିକ ଖାଦ୍ୟ ମହୋତ୍ସବରେ ଲଘୁଜାତ ଶସ୍ୟ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ସୁଆଦିଆ ଖାଦ୍ୟର ପସରା ଖୋଲିଯାଇଛି । ମାଣ୍ଡିଆ ଜାତୀୟ ଶସ୍ୟରୁ ପ୍ରସ୍ତୁତ ଖାଦ୍ୟ କୋରାପୁଟ ଅଞ୍ଚଳବାସୀଙ୍କ ପାଇଁ ନୂଆଁ ନୁହେଁ । କିନ୍ତୁ ସମୟର ପ୍ରବାହରେ ଚାଉଳ ଓ ଗହମ ଉପରେ ଅଧିକ ନିର୍ଭରଶୀଳ ହୋଇଉଠିଥିବା କୋରାପୁଟ ବାସୀଙ୍କୁ ସେମାନଙ୍କ ଖାଦ୍ୟର ତାଲିକାରେ ପୁଣିଥରେ ମାଣ୍ଡିଆକୁ ବ୍ୟାପକ ଭାବେ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ଖାଦ୍ୟ ମହୋତ୍ସବ ପ୍ରେରଣା ଯୋଗାଇଦେଵ ବୋଲି କୋରାପୁଟ ଫାର୍ମର୍ସ ଏସୋସିଏସନର ସମ୍ପାଦକ ଶରତ କୁମାର ପଟ୍ଟନାୟକ ଆଶା ବ୍ୟକ୍ତ କରିଛନ୍ତି ।

ମାଣ୍ଡିଆରେ ତିଆରି ଖାଦ୍ୟ ସୁଦୃଢ କରିବ ଆଦିବାସୀଙ୍କ ଆର୍ଥିକ ମାନଦଣ୍ଡ

ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଆଦିବାସୀ ପରିବାରର ସଦସ୍ୟଙ୍କ ମଧ୍ୟରେ ଏ ଦିଗରେ ସଚେତନତା ସୃଷ୍ଟି କରିବା ସହ ମାଣ୍ଡିଆକୁ କିପରି ବିଭିନ୍ନ ରୂପରେ ବିକ୍ରି କରାଯାଇପାରିବ ସେ ଦିଗରେ ଏକ ନୂତନ ଦ୍ଵାର ଉନ୍ମୁକ୍ତ କରିବାର ପ୍ରୟାସ କରାଯାଇଥିବା ସେ ଜଣାଇଛନ୍ତି । ଏହି ପଦକ୍ଷେପ ଆଦିବାସୀ ପରିବାରଗୁଡିକୁ ଏକ ନୂତନ ଆନନ୍ଦ ଆଣିଦେବା ସହିତ ସେମାନଙ୍କ ଭିତରେ ଆର୍ଥିକ ସ୍ଵାଧୀନତାର ସ୍ଵପ୍ନକୁ ଜାଗ୍ରତ କରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details