ଓଡିଶା

odisha

ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ଖୋଲିଲା ଫୁଡକୋର୍ଟ, ମନ କିଣୁଛି ମାଣ୍ଡିଆ ଇଟଲି, ବରା - koraput jagannath temple

ଶାବର ଶ୍ରୀକ୍ଷେତ୍ର କୋରାପୁଟର ଶ୍ରୀଜଗନ୍ନାଥ ମନ୍ଦିରରେ ନୂଆବର୍ଷ ଭେଟି । ନୂଆ ବର୍ଷ ପାଇଁ ମନ୍ଦିର ପାହାଚ ନିକଟରେ ଖୋଲାହେଲା ଫୁଡ କୋର୍ଟ ‘ସାତ୍ତ୍ବିକ’ । ପରିଚାଳନା ସଂସ୍ଥା ଖୋଲିଥିବା ଏହି ଫୁଡ କୋର୍ଟରେ ମାଣ୍ଡିଆ, ସୁଆଁ ଓ କାଙ୍ଗୁ ଭଳି ଲଘୁଜାତ ଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ସୁଆଦିଆ ଖାଦ୍ୟ ରହିଛି ।

koraput jagannath temple
ଶାବର ଶ୍ରୀକ୍ଷେତ୍ରରେ ନୂଆବର୍ଷ ଭେଟି, ଖୋଲିଲା ପାରମ୍ପରିକ ଖାଦ୍ୟର ଫୁଡ କୋର୍ଟ ‘ସାତ୍ତ୍ବିକ’

By

Published : Jan 1, 2020, 5:53 PM IST

କୋରାପୁଟ: ଶାବର ଶ୍ରୀକ୍ଷେତ୍ର କୋରାପୁଟର ଶ୍ରୀଜଗନ୍ନାଥ ମନ୍ଦିରରେ ନୂଆବର୍ଷ ଭେଟି । ନୂଆ ବର୍ଷ ପାଇଁ ମନ୍ଦିର ପାହାଚ ନିକଟରେ ଖୋଲାହେଲା ଫୁଡ କୋର୍ଟ ‘ସାତ୍ତ୍ବିକ’ । ପରିଚାଳନା ସଂସ୍ଥା ଖୋଲିଥିବା ଏହି ଫୁଡ କୋର୍ଟରେ ମାଣ୍ଡିଆ, ସୁଆଁ ଓ କାଙ୍ଗୁ ଭଳି ଲଘୁଜାତ ଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ସୁଆଦିଆ ଖାଦ୍ୟ ରହିଛି ।

ଶାବର ଶ୍ରୀକ୍ଷେତ୍ରରେ ନୂଆବର୍ଷ ଭେଟି, ଖୋଲିଲା ପାରମ୍ପରିକ ଖାଦ୍ୟର ଫୁଡ କୋର୍ଟ ‘ସାତ୍ତ୍ବିକ’

ମାଣ୍ଡିଆର ପୁରୀ, ଇଟଲି, ବରା, ପକୁଡି ଓ ରସଗୋଲା ତଥା ସୁଆଁର ଖିରି ଏଠାରେ ସୁଲଭ ମୂଲ୍ୟରେ ମିଳୁଛି । ଯାହା ଭକ୍ତଙ୍କ ନୂଆ ବର୍ଷର ଖୁସିକୁ ଦ୍ବିଗୁଣିତ କରୁଛି । ମାଣ୍ଡିଆ ଜାତୀୟ ଶସ୍ୟରୁ ପ୍ରସ୍ତୁତ ଖାଦ୍ୟ କୋରାପୁଟବାସୀଙ୍କ ପାଇଁ ନୂଆ ହୋଇନଥିବାବେଳେ ଏହା ବାହାରୁ ଆସିଥିବା ପର୍ଯ୍ୟଟକଙ୍କୁ କୋରାପୁଟର ନିଜସ୍ବ ଖାଦ୍ୟ ସମ୍ପର୍କରେ ପରିଚିତ କରାଇପାରିବ ବୋଲି ଜଗନ୍ନାଥ ମନ୍ଦିର ପରିଚାଳନା ସଂସ୍ଥାର ସମ୍ପାଦକ ଗଦାଧର ପରିଡା ଆଶା କରିଛନ୍ତି ।

ସେହିପରି ଲୋକମାନେ ଧିରେ ଧିରେ ଏହି ସବୁ ଖାଦ୍ୟରୁ ଦୂରେଇ ଯାଉଥିବାରୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏହା ଏକ ପ୍ରୟାସ ବୋଲି ମଧ୍ୟ ସେ କହିଛନ୍ତି । ଏହି ଫୁଡ କୋର୍ଟକୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଉଦଘାଟନ କରିବା ପରେ ଏଠାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details