କୋରାପୁଟ:କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ତଥା ଆକାଂକ୍ଷା ଜିଲ୍ଲାର ପ୍ରଭାରୀ ଉଷା ପାଢ଼ୀ ମଙ୍ଗଳବାର କୋରାପୁଟ ଗସ୍ତ କରିଥିଲେ । ଏହି ଅବସରରେ ସେ ନନ୍ଦପୁରଠାରୁ ଆରମ୍ଭ କରି ବୋରିଗୁମ୍ମା ପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ଏହି ସମୟରେ ବିଭିନ୍ନ ସରକାରୀ ଅଧିକାରୀଙ୍କ ସମେତ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ଆଲୋଚନା କରିଛନ୍ତ ଉଷା ପାଢ଼ୀ ।
ଏହି କ୍ରମରେ ଜୟପୁର ବିମାନ ବନ୍ଦରରୁ ଖୁବ୍ଶୀଘ୍ର ବିମାନ ଚାଲିବା ନେଇ ସୂଚନା ଦେଇଛନ୍ତି ସେ । ସଠିକ ତାରିଖ କହି ନଥିଲେ ସୁଦ୍ଧା ଜୁନ୍ ପ୍ରଥମ ସପ୍ତାହରେ ବିମାନ ସେବା ଆରମ୍ଭ ହେବ କହିଛନ୍ତି । ଏକ 9 ସିଟର ବିମାନ ପ୍ରତିଦିନ ଜୟପୁରଠାରୁ ଭୁବନେଶ୍ବର ଓ ବିଶାଖାପାଟଣାକୁ ସେବା ଯୋଗାଇବ ।