ଓଡିଶା

odisha

ETV Bharat / state

କମାଣ୍ଡର ଓଲଟି ୫ବର୍ଷର ଶିଶୁ ମୃତ, ମାଆ ଗୁରୁତର - ସେମିଳିଗୁଡ଼ାରେ କମାଣ୍ଡର ଦୁର୍ଘଟଣା

ସେମିଳିଗୁଡ଼ା ବ୍ଲକ ପାକଝୋଲା ଗ୍ରାମ ନିକଟରେ କମାଣ୍ଡର ଓଲଟି ପାଞ୍ଚ ବର୍ଷ ଶିଶୁର ମୃତ୍ୟୁ ହୋଇଥିବାବେଳେ ଶିଶୁର ମାଆ ଗୁରୁତର ହୋଇଛନ୍ତି । ଅଧିକ ପଢ଼ନ୍ତୁ

କମାଣ୍ଡର ଓଲଟି ୫ବର୍ଷର ଶିଶୁ ମୃତ, ମାଆ ଗୁରୁତର
କମାଣ୍ଡର ଓଲଟି ୫ବର୍ଷର ଶିଶୁ ମୃତ, ମାଆ ଗୁରୁତର

By

Published : Dec 19, 2021, 6:16 PM IST

କୋରାପୁଟ:ଜିଲ୍ଲା ପାକଝୋଲା ଗ୍ରାମ ପଞ୍ଚାୟତ ନିକଟରେ ଏକ କମାଣ୍ଡର ଓଲଟି ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଶିଶୁର ମାଆ ଗୁରୁତର ଆହତ ହୋଇଛନ୍ତି । କମାଣ୍ଡର ଭାରସାମ୍ୟ ହରାଇବାରୁ ଏଭଳି ଦୁର୍ଘଟଣା ହୋଇଥିବା କୁହାଯାଉଛି ।

କମାଣ୍ଡର ଓଲଟି ୫ବର୍ଷର ଶିଶୁ ମୃତ, ମାଆ ଗୁରୁତର

ଫଳରେ କମାଣ୍ଡରଟି ଏକ ଗଛରେ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ଶିଶୁର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ମୋଟ ୬ ଜଣ ଆହତ ହୋଇଥିବା ବେଳେ ସଭିଁଙ୍କୁ କୁନ୍ଦୁଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

କମାଣ୍ଡରିଟି ହାତୀମୁଣ୍ଡା ଗ୍ରାମରୁ ସେମିଲିଗୁଡ଼ା ଆସୁଥିଲା । ଏହି ସମୟରେ ଟାଙ୍କୁବେଡ଼ା ଭାରସାମ୍ୟ ହରାଇ କମାଣ୍ଡରଟି ଓଲଟି ପଡ଼ିଥିଲା । ଘଟଣା ସ୍ଥଳରେ ସେମିଲିଗୁଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details