ଓଡିଶା

odisha

ETV Bharat / state

ନାଲକୋରେ ଚାକିରି କରାଇ ଦେବାକୁ କହି ଲୁଟୁଥିଲେ ଟଙ୍କା, 5 ଗିରଫ - Fake job racket in koraput news

ଜାଲ ନିଯୁକ୍ତି ପତ୍ର ସହିତ ନକଲି ଗେଟ୍ ପାସ୍ ଜାରି କରି ଲୋକଙ୍କ ଠାରୁ ଲୁଟୁଥିଲେ ହଜାର ହଜାର ଟଙ୍କା । ଏ ସମ୍ପର୍କରେ ଜଣାପଡ଼ିବା ପରେ ଠକେଇ ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଜାଲ ଚାକିରି ନିଯୁକ୍ତି ପତ୍ର ଦେଇ ପାଞ୍ଚ ଗିରଫ
ଜାଲ ଚାକିରି ନିଯୁକ୍ତି ପତ୍ର ଦେଇ ପାଞ୍ଚ ଗିରଫ

By

Published : Apr 4, 2022, 8:26 AM IST

Updated : Apr 4, 2022, 9:12 AM IST

କୋରାପୁଟ: ଜାଲ ନିଯୁକ୍ତି ପତ୍ର ସହିତ ନକଲି ଗେଟ୍ ପାସ୍ ଜାରି କରି ଲୋକଙ୍କ ଠାରୁ ଲୁଟୁଥିଲେ ହଜାର ହଜାର ଟଙ୍କା । ଏ ସମ୍ପର୍କରେ ଜଣାପଡ଼ିବା ପରେ ଠକେଇ ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦାମନଯୋଡ଼ି ସ୍ଥିତ ନାଲକୋ ପ୍ଲାଣ୍ଟରେ । ଠକାମୀ କରିଥିବା ଦଳ ପ୍ରତ୍ୟେକ ପ୍ରାର୍ଥୀଙ୍କ ଠାରୁ 40,000 ଟଙ୍କା ନେଇଛନ୍ତି ବୋଲି ସୁନାବେଡ଼ା ଏସଡିପିଓ କହିଛନ୍ତି।

ନାଲକୋରେ ଚାକିରି କରାଇ ଦେବାକୁ କହି ଲୁଟୁଥିଲେ ଟଙ୍କା

ସୂଚନାନୁସାରେ ଏହି ଦଳର ମୁଖ୍ୟ ଅଭିଯୁକ୍ତ ସନ୍ତୋଷ କୁମାର ବରାଡ଼ ଓ ତାର ସହଯୋଗୀ ଭୁବନେଶ୍ଵରର କମଲ ମହାନ୍ତି ଏବଂ ଯାଜପୁରର ଅଭିମନ୍ୟୁ ମିଶ୍ର ଭୁବନେଶ୍ବରରେ ଅରୋଶ୍ରୀ ସ୍କିଲ ଡେଭଲପମେଣ୍ଟ ନାମକ ଏକ ସଂସ୍ଥା ଖୋଲିଥିଲେ । ଠିକ ଏହିଭଳି ଆଉ ଏକ ସଂସ୍ଥା ରାୟଗଡ଼ା ଓ ସେମିଳିଗୁଡ଼ାରେ ଖୋଲିଥିଲେ ରାୟଗଡ଼ା ନିବାସୀ ସୁଧୀର ଚୌଧୁରୀ ଓ ତାଙ୍କ ପୁଅ ସୁନିଲ ଚୌଧୁରୀଙ୍କ ସହଯୋଗରେ। ସେଠାରେ ରହି ରାଜ୍ୟର ବିଭିନ୍ନ ଅଞ୍ଚଳରୁ 70ଜଣ ଯୁବକଙ୍କୁ ଦାମନଯୋଡ଼ି ସ୍ଥିତ ନାଲକୋରେ କାର୍ଯ୍ୟ କରିବା ପାଇଁ ନିଯୁକ୍ତି ପତ୍ର ଓ ଗେଟ ପାସ ଦେଉଥିଲେ ।

ଏଥିପାଇଁ ପ୍ରତ୍ୟେକ ପ୍ରାର୍ଥୀଙ୍କ ଠାରୁ 40,000 ଟଙ୍କା ନେଉଥିଲେ । ତେବେ ଏନେଇ ଜଣା ପଡ଼ିବାପରେ ନାଲକୋର ପ୍ଲାଣ୍ଟର ଡିଜିଏମ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଅନୁସନ୍ଧାନ କରି ଏହି ପାଞ୍ଚ ଜଣଙ୍କୁ ଗିରଫ କରିଥିଲା । ପରେ ସେମାନଙ୍କ ଠାରୁ ଜାଲ ନିଯୁକ୍ତ ଚିଠି, ଗେଟ୍ ପାସ, ଲାପଟପ, ରଙ୍ଗୀନ ଫଟୋକପି ମେସିନ, ହାର୍ଡଡିସ୍କ ସହିତ ନାଲକୋ, ହାଲ ଏବଂ ଜିନ୍ଦଲ କମ୍ପାନୀର 17 ଟି ଷ୍ଟାମ୍ପ ସିଲ୍ ମଧ୍ୟ ଜବତ କରାଯାଇଛି ବୋଲି ଏସଡିପିଓ କହିଛନ୍ତି।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Apr 4, 2022, 9:12 AM IST

ABOUT THE AUTHOR

...view details