କୋରାପୁଟ: ରାଜ୍ୟର ପ୍ରଥମ ସିକିଲସେଲ ଆଇସିୟୁର ଉଦଘାଟନ ହୋଇଯାଇଛି । କୋରାପୁଟ ଜିଲ୍ଲା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ସିକିଲସେଲ ରୋଗୀଙ୍କ ପାଇଁ ଏକ ସ୍ବତନ୍ତ୍ର ଆଇସିୟୁ ସହ ମେଡିକାଲ କଲେଜରେ ଟେଷ୍ଟିଂ ଲ୍ୟାବ ଉଦଘାଟିତ ହୋଇଯାଇଛି । ଏଥିପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲା ସହ ପଡୋଶୀ ଜିଲ୍ଲାର ରୋଗୀମାନେ ଲାଭବାନ ହୋଇପାରିବେ ।
କୋରାପୁଟରେ ରାଜ୍ୟର ପ୍ରଥମ ସିକିଲସେଲ ଆଇସିୟୁ ଲୋକାର୍ପିତ ଏହା ମଧ୍ୟ ପଢ଼ନ୍ତୁ:ବିରଳ ଅସ୍ତ୍ରୋପଚାର, ଗର୍ଭାଶୟରୁ ବାହାରିଲା 14 କିଲୋ ଓଜନର ଟ୍ୟୁମର
ରାଜ୍ୟ ସରକାରଙ୍କ ଉଦ୍ୟମରେ ଓଡିଶାରେ ପ୍ରଥମ ସିକିଲସେଲ ଆଇସିୟୁ କୋରାପୁଟ ମେଡିକାଲରେ ଉଦଘାଟନ ହୋଇଛି । ଆଦିବାସୀ ଅଞ୍ଚଳରେ ସିକିଲ ରୋଗୀ ମାନଙ୍କର ସଂଖ୍ୟା ଅଧିକ ଥାଏ । ବର୍ତ୍ତମାନ ରୋଗୀମାନଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ ନିମିତ୍ତ ଆଉ କୌଣସି ଅସୁବିଧା ହେବ ନାହିଁ ବୋଲି ସହିଦ ଲକ୍ଷ୍ମଣ ନାୟକ ମେଡିକାଲର ଅଧିକ୍ଷକ(SLN medical college Koraput) ପ୍ରଫେସର ସୀତାରାମ ମହାପାତ୍ର କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, "ପୂର୍ବରୁ ଏହି ରୋଗର ସଫଳ ଚିକିତ୍ସା ପାଇଁ ଅନ୍ୟ ରାଜ୍ୟ ଉପରେ ସିକିଲସେଲ ରୋଗୀମାନେ ନିର୍ଭର କରୁଥିଲେ । ଏଥିସହିତ ଉଚ୍ଚମାନର ପରୀକ୍ଷା କରାଇବା ପାଇଁ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ ।" ତେବେ ବର୍ତ୍ତମାନ ଏଠାକାର ଟେଷ୍ଟିଂ ଲାବରେ ସମସ୍ତ ପରୀକ୍ଷା ବିନା ଖର୍ଚ୍ଚରେ କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, କୋରାପୁଟ