ଓଡିଶା

odisha

ETV Bharat / state

ବର୍ଷେ ଧରି ଝିଅ ସହ ଦୁଷ୍କର୍ମ କରି ପିଶାଚ ବାପା ଗିରଫ - କୋରାପୁଟ ଲାଟେଷ୍ଟ ନ୍ୟୁଜ୍‌

ଝିଅଟିଏ ନିଜ ବାପା ପାଖରେ ସବୁବେଳେ ସୁରକ୍ଷିତ ଅନୁଭବ କରିଥାଏ । ହେଲେ ଏଠାରେ ଜଣେ ବାପାର ଲୋଲୁପ ଦୃଷ୍ଟିର ଶିକାର ହୋଇଛି ନାବାଳିକା ଝିଅ । ଅଧିକ ପଢନ୍ତୁ ...

father rapes daughter for 1 year, koraput latest news, rapist father arrested in koraput, କୋରାପୁଟରେ ଦୁଷ୍କର୍ମକାରୀ ବାପା ଗିରଫ, କୋରାପୁଟ ଲାଟେଷ୍ଟ ନ୍ୟୁଜ୍‌, ଝିଅକୁ ବର୍ଷେ ଧରି ବାପାର ଦୁଷ୍କର୍ମ
ପ୍ରତୀକାତ୍ମକ ଫଟୋ

By

Published : Feb 6, 2020, 8:02 PM IST

କୋରାପୁଟ: ଝିଅଟିଏ ନିଜ ବାପା ପାଖରେ ସବୁବେଳେ ସୁରକ୍ଷିତ ଅନୁଭବ କରିଥାଏ । କେବଳ ସେତିକି ନୁହେଁ କେବେ କିଛି ସୁବିଧା ଅସୁବିଧା ହେଲେ ଝିଅଟିଏ ମା’ ଅପେକ୍ଷା ପ୍ରଥମେ ବାପାକୁ କହିଥାଏ । ହେଲେ ଏଠାରେ ଜଣେ ବାପାର ଲୋଲୁପ ଦୃଷ୍ଟିର ଶିକାର ହୋଇଛି ନାବାଳିକା ଝିଅ । ଦିନେ ନୁହେଁ ଦୁଇ ଦିନ ନୁହେଁ ଦୀର୍ଘ ବର୍ଷେ ଧରି ଏପରି କାଣ୍ଡ ଘଟାଇ ଚାଲିଥିଲା ସୁନାବେଡାରେ ରହୁଥିବା ଏହି ବ୍ୟକ୍ତି ।

ବର୍ଷେ ଧରି ଝିଅ ସହ ଦୁଷ୍କର୍ମ କରି ପିଶାଚ ବାପା ଗିରଫ

ଦୀର୍ଘ ବର୍ଷେ ଧରି ବ୍ୟକ୍ତି ଜଣକ ନିଜ ବଡ ଝିଅ ସହ ଏପରି ଶାରିରୀକ ସମ୍ପର୍କ ରଖି ଆସୁଥିବା ବେଳେ ଦୁଇ ଦିନ ତଳେ ସାନ ଝିଅ ବାପାର କଳା କାରନାମାକୁ ଦେଖି ନେଇଥିଲା । ଏନେଇ ସେ ମା’ଙ୍କୁ ଜଣାଇବା ପରେ ସ୍ବାମୀଙ୍କ ନାରକୀୟ କାଣ୍ଡକୁ ସହି ନପାରି ଥାନାରେ ଏତଲା ଦେଇଥିଲେ ସ୍ତ୍ରୀ ।

ଘଟଣା ସମ୍ପର୍କରେ ଅବଗତ ହେବା ପରେ ପିଶାଚ ବାପାକୁ ଗିରଫ କରିଛି ସୁନାବେଡା ପୋଲିସ । ଏଥିସହ ଝିଅଟିର ଡାକ୍ତରୀ ମଇନା ପାଇଁ ଡାକ୍ତରଖାନାକୁ ପଠାଯାଇଥିବା ସୂଚନା ଦେଇଛନ୍ତି ଏସଡିପିଓ ନିରଞ୍ଜନ ବେହେରା । ତାଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ଜଣକ ସ୍ତ୍ରୀ ସହ ଝଗଡା କରି ମାରପିଟ କରିବା ସହ ତାଙ୍କୁ ଘରୁ ତଡିଦେଇଥିଲା । ଏହାପରେ ସୁଯୋଗ ନେଇ ଝିଅ ସହ ସମ୍ପର୍କ ସ୍ଥାପନ କରିଥିଲେ । ସେପଟେ ଝିଅକୁ ଜୀବନରୁ ମାରିଦେବା ଧମକ ଦେଇ ତା’ର ମୁହଁ ବନ୍ଦ ରଖିଥିଲା ପିଶାଚ ବାପା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details