କୋରାପୁଟ: ଜିଲ୍ଲାର ଅଧିକାଂଶ ସ୍ଥାନରେ ଆଦିବାସୀମାନେ ଏହି ଋତୁରେ କନ୍ଦମୂଳ ଚାଷ କରିଥାନ୍ତି । ଯାହାକୁ ରାଣୀ କନ୍ଦା ମଧ୍ୟ କୁହାଯାଇଥାଏ । ତେବେ ଚାଷୀଙ୍କ ପାଇଁ ବଜାର ସହ ଶୀତଳ ଭଣ୍ଡାର ଥିଲେ ଚାଷୀମାନେ ଲାଭବାନ ହୋଇପାରନ୍ତେ ବୋଲି କହିଛନ୍ତି । ଦଶମନ୍ତପୁର ଠାରୁ ଆରମ୍ଭ କରି ପଟ୍ଟାଙ୍ଗି ପର୍ଯ୍ୟନ୍ତ ଶହ ଶହ ଚାଷୀ ବର୍ତ୍ତମାନ କନ୍ଦମୂଳ ଯାହାକୁ ଆଦିବାସୀମାନେ ଚାଷ କରୁଛନ୍ତି । ତିନି ଚାରିମାସରେ ଫସଲ ପ୍ରସ୍ତୁତ ହେଉଥିବା ଯୋଗୁଁ ଆଦିବାସୀ ଚାଷୀଙ୍କ ମଧ୍ୟରେ ଏହି ଚାଷ ପ୍ରତି ବିଶେଷ ଆଗ୍ରହ ଦେଖା ଦେଇଛି ।
ଏହା ମଧ୍ୟ ପଢନ୍ତୁ: ଆଶ୍ବସ୍ତିକର ଖବର: ମୋବାଇଲ୍ ଟାୱାରରୁ ନିର୍ଗତ ରେଡିଏସନ୍ ସ୍ବାସ୍ଥ୍ୟ ଅପକାରୀ ନୁହେଁ
କନ୍ଦମୂଳ ବିହନକୁ ଜମିରେ ରୋପିଲାବେଳେ, ହୁଡା ଟେକିବା ପରେ ଫସଲ ଅମଳ କରିବା ପର୍ଯ୍ୟନ୍ତ ଅନ୍ୟ ଚାଷବାସ ଅପେକ୍ଷା କମ ଶ୍ରମ ଲାଗୁଥିବା ଚାଷୀ ଜଣାଇଛନ୍ତି । ତେବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବହୁତ କମ ପରିମାଣରେ ଉତ୍ପାଦନ କରୁଥିବା ଯୋଗୁଁ ଲାଭବାନ ହୋଇପାରନ୍ତି ନାହିଁ ବୋଲି ଚାଷୀ ସୂଚନା ଦେଉଥିବାବେଳେ, ବୃହତ ଆକାରରେ ଏହି ଚାଷ କରି ଅନେକ ଚାଷୀ ଉପକୃତ ହୋଇଥିବା ଦଶମନ୍ତପୁର ବ୍ଲକର ଯୋଗୀ ମାଳିଗୁଡ଼ାର ଚାଷୀ ମତ ରଖିଛନ୍ତି ।