ଓଡିଶା

odisha

ETV Bharat / state

କେଉଁଠି ଚାଷ ଜମି ଶୁଖିଲା ତ କେଉଁଠି ପ୍ରବଳ ବର୍ଷାରେ ଭାସିଗଲା ପୋଲ - କୋରାପୁଟିଆ ଝିପିରି ଝିପିରି ବର୍ଷା

ଚାଷୀ ଝୁରୁଛନ୍ତି କୋରାପୁଟିଆ ଝିପିରି ଝିପିରି ବର୍ଷା । ବର୍ଷା ଅଭାବରେ ବିହନ ଗଜା ଧରିବାରେ ଅସୁବିଧା ହେବା ନେଇ ଚିନ୍ତାର ଚାଷୀ । ଅଧିକ ପଢ଼ନ୍ତୁ

ଚାଷୀ ଝୁରୁଛନ୍ତି କୋରାପୁଟିଆ ଝିପିରି ଝିପିରି ବର୍ଷା
ଚାଷୀ ଝୁରୁଛନ୍ତି କୋରାପୁଟିଆ ଝିପିରି ଝିପିରି ବର୍ଷା

By

Published : Jul 7, 2023, 10:01 PM IST

ଚାଷୀ ଝୁରୁଛନ୍ତି କୋରାପୁଟିଆ ଝିପିରି ଝିପିରି ବର୍ଷା

କୋରାପୁଟ: ସରକାରୀ ତଥ୍ୟ ଅନୁଯାୟୀ କୋରାପୁଟରେ ଚଳିତ ବର୍ଷ ଜୁନରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ହେଲେ ଜିଲ୍ଲାରେ ଝିପଝିପ୍ ବର୍ଷାକୁ ଆନେଇ ବସିଛନ୍ତି ଚାଷୀ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ବୃଷ୍ଟିପାତ ହୋଇଥିବା କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀ ଜଣାଇଛନ୍ତି । କୋରାପୁଟ ଜିଲ୍ଲା ସଦର ମହକୁମା ସ୍ଥିତ ପାଣିପାଗ ସୂଚନା କେନ୍ଦ୍ର ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ଜୁନ ମାସ ଶେଷ ସୁଦ୍ଧା ଚଳିତ ବର୍ଷ ଗତ ବର୍ଷ ତୁଳନାରେ 179.75 ମିଲିମିଟର ଅଧିକ ବୃଷ୍ଟିପାତ ହୋଇଛି ।

ତେବେ ବିଗତ ବର୍ଷ ଗୁଡିକରେ କୋରାପୁଟ ଅଞ୍ଚଳରେ ଆଷାଢ଼ ମାସର ଝିପିରି ଝିପିରି ବର୍ଷା ଦେଖିବାକୁ ମିଳିଥାଏ । ହେଲେ ବର୍ତ୍ତମାନ ଅଳ୍ପ ସମୟରେ ଅଧିକ ବୃଷ୍ଟିପାତ ହୋଇ ଛାଡିଯାଉଥିବା ଯୋଗୁଁ ପାହାଡ଼ ପର୍ବତରେ ମୃତ୍ତିକା କ୍ଷୟ ହେବା ସହିତ ବିଶାଳ ଆକାରର ଜଳଧାରା ନଦୀ ନାଳ ମଧ୍ୟକୁ ପ୍ରବେଶ କରୁଛି । ଯାହାଫଳରେ ଚାଷବାସରେ କ୍ଷତି ହେବା ସହିତ ଅନେକ ଅଞ୍ଚଳକୁ ଗମନାଗମନ ବାଧାପ୍ରାପ୍ତ ହେଉଥିବା ଚାଷୀ ମତ ରଖିଛନ୍ତି ।

କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଳକ୍ ଗିର୍ଲିଗୁମା ପଞ୍ଚାୟତରେ ଗୁରୁବାର ଦିନ ହୋଇଥିବା ଭିଷଣ ବର୍ଷାରେ ଅସ୍ଥାୟୀ ବାଉଁଶ ପୋଲ ଧୋଇଯିବା ଫଳରେ ଦଶମନ୍ତପୁର ବ୍ଲକ ସହିତ ପାଞ୍ଚରୁ ସାତ ଖଣ୍ଡ ଗ୍ରାମବାସୀ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ଏହି ପଞ୍ଚାୟତର ଗ୍ରାମବାସୀ ପୁଡ଼ନଦୀ ପାର ହୋଇ ମେଡିକାଲ ଠାରୁ ଆରମ୍ଭ କରି ସ୍କୁଲ, କଲେଜ, ଚାଉଳ, ଭତ୍ତା ପାଇଁ ଦଶମନ୍ତପୁର ବ୍ଲକକୁ ଯାଇଥାନ୍ତି l ଖରା ଦିନରେ ନଦୀ ଶୁଖିଲା ରହିଥାଏ । ଯାତାୟତ କରିବାରେ ସୁବିଧା ହୁଏ । କିନ୍ତୁ ବର୍ଷା ଦିନ ଆସିଲେ ନଦୀରେ ପାଣି ଭରି ରୁହେ ଯାହା ଯାତାୟତ କରିବା ପାଇଁ ସମ୍ଭବ ହୁଏ ନାହିଁ ।

ଅପରପକ୍ଷରେ କୋରାପୁଟ ଅଞ୍ଚଳରେ ଚାଷ ଜମିରେ ଘାସ ବାଛିବା ବେଳ ହୋଇଯାଇଥିବା ସମୟରେ ଚାଷୀ ଧାନ, ମାଣ୍ଡିଆ ପ୍ରଭୃତିର ବିହନ ବୁଣିବାକୁ ଆରମ୍ଭ ହୋଇଛି । ବିଳମ୍ବରେ ହୋଇଥିଲେ ବି ବୃଷ୍ଟିପାତ ହୋଇଥିବା ଯୋଗୁଁ ଚାଷୀ ବିଲ ପ୍ରସ୍ତୁତ କରି , ଗୋବର ଖତ ଦେଇ ବିହନ ବୁଣିବାକୁ ଆରମ୍ଭ କରିଛନ୍ତି । ପାଣିପାଗ ବିଭାଗ ଆଗକୁ ବର୍ଷା ରହିଥିବା କହିଥିବା ବେଳେ ଆଦିବାସୀଙ୍କ ପାରମ୍ପରିକ ଧାରାକୁ ପ୍ରୟୋଗ କଲେ ମଧ୍ୟ ଋତୁର ଶେଷ ଆଡକୁ ବର୍ଷା ହେବାର ସମ୍ଭାବନାର ସୂଚନା ପ୍ରଦାନ କରୁଥିବା ଯୋଗୁଁ ଚାଷୀ ଭଲ ଫସଲର ଆଶା ବାନ୍ଧିଛି । କିନ୍ତୁ ବର୍ତ୍ତମାନ ଆରମ୍ଭ ହୋଇଥିଵା ବର୍ଷା ଆହୁରି କିଛିଦିନ ଲାଗି ନ ରହିଲେ ବିହନ ଗଜା ଧରିବାରେ ଅସୁବିଧା ହୋଇପାରେ ବୋଲି ଚାଷୀ ଆଶଙ୍କା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details